Latest Odisha News

BREAKING NEWS

କରୋନା ପଜିଟିଭ୍ ମାଆଠୁ କ୍ଷୀର ଖାଉଥିଲେ ୨୪୧ ନବଜାତ, ୨୨୮ ଜଣଙ୍କର ରିପୋର୍ଟ ନେଗେଟିଭ୍

ସୁରତ: ପିଲାଙ୍କ ପାଇଁ ମାଆ ସବୁବେଳେ ସୁରକ୍ଷା କବଚ । କରୋନା କାଳରେ ବି ଏକଥା ପ୍ରମାଣିତ ହୋଇଛି । ମହାମାରୀ ମାଆକୁ କବଳିତ କଲା । କିନ୍ତୁ ନବଜାତଙ୍କୁ ଛୁଇଁ ପାରିନାହିଁ ସଂକ୍ରମଣ । କରୋନା ସଂକ୍ରମିତ ମାଆଠୁ କ୍ଷୀର ପିଉଥିଲେ ବି କୋମଳମତୀ ପିଲାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି ।

କରୋନା ମହାମାରୀ ପ୍ରକୋପ ଭିତରେ ଗୁଜରାଟ ସୁରତର ଦୁଇଟି ସରକାରୀ ହସ୍ପିଟାଲରେ ୨୪୧ ଜଣ କରୋନା ସଂକ୍ରମିତ ଗର୍ଭବତୀ ଭର୍ତ୍ତି ହୋଇଥିଲେ । ସେମାନେ ମାତୃତ୍ୱ ଲାଭ କରିଛନ୍ତି । ଆଶ୍ଚର୍ଯ୍ୟର କଥା, ସେମାନଙ୍କ ଭିତରୁ କେବଳ ୧୩ ଜଣ ନବଜାତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
୧୩ ନବଜାତ ପଜିଟିଭ୍, ୨୨୮ ନେଗେଟିଭ୍ 
ଅନ୍ୟ ୨୨୮ ପିଲାମାଙ୍କର ରିପୋର୍ଟ ନେଗେଟିଭ୍ ରହିଛି । ସେମାନଙ୍କ ପାଖରେ କରୋନାର କୌଣସି ଲକ୍ଷଣ ବି ନାହିଁ । କରୋନା ପଜିଟିଭ୍ ମାଆ ଚିକିତ୍ସିତ ହେଉଛନ୍ତି । ପିଲାମାନେ ମାଆଠାରୁ କ୍ଷୀର ପିଉଛନ୍ତି । କିନ୍ତୁ ନେଗେଟିଭ୍ ଚିହ୍ନଟ ନବଜାତଙ୍କ ପାଖରେ ଏଯାଏ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ନାହିଁ । କିଛି ଦିନ ପରେ ମାଆ ଓ ଛୁଆଙ୍କୁ ଡିସଚାର୍ଜ କରି ଦିଆଯାଇଛି ।

Leave A Reply

Your email address will not be published.