ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରବିବାର ୨ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ କେତେକ ପାସପୋର୍ଟ ଓ ବାଂଲାଦେଶ ମନ୍ତ୍ରଣାଳୟର ୧୦ ନକଲି ଷ୍ଟାମ୍ପ ଜବତ କରାଯାଇଛି । ଏହି ୨ଜଣଙ୍କ ନାମ ହେଲା ମହମ୍ମଦ ମୁସ୍ତାଫା ଓ ମହମ୍ମଦ ହୁସେନ । ୧୫ ଅଗଷ୍ଟ ପୂର୍ବରୁ ରାଜଧାନୀ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୨ ବାଂଲାଦେଶୀଙ୍କୁ ଅଧିକ ପଚରାଉଚରା ପାଇଁ ଅଟକ ରଖାଯାଇଛି । ଏହା ପୂର୍ବରୁ ଉତରପ୍ରଦେଶରୁ ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ରଖିଥିବା ୧୯ ବର୍ଷୀୟ ହବିବୁଲଙ୍କ ମଧ୍ୟ ଗିରଫ କରାଯାଇଥିଲା । ପଞ୍ଜାବ ପୋଲିସ ମଧ୍ୟ ଦିଲ୍ଲୀ ପୋଲିସ ସହାୟତାରେ ପାକିସ୍ତାନ ଆଇଏସଆଇ ସମର୍ଥୀତ ୪ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ପ୍ରଚୁର ମାତ୍ରାର ବିସ୍ଫୋରକ ଜବତ କରାଯାଇଥିଲା । ଭାରତରେ ଆଜାଦୀର ଅମୃତ ମହୋତ୍ସବ ଅବସରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀ ଉଦ୍ୟମ କରୁଛନ୍ତି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.