Latest Odisha News

BREAKING NEWS

ଓଡିଆରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଟ୍ୱିଟ୍‌ରରେ ଓଡିଆ ଭାଷାରେ ଲେଖି ସମସ୍ତ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ରାଜ୍ୟର ଭବିଷ୍ୟତ ଉଜ୍ଜ୍ୱଳମୟ, ଶାନ୍ତିପ୍ରିୟ ଏବଂ ସମୃଦ୍ଧିଶାଳୀ ହେଉ ବୋଲି କାମନା କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଓଡିଶାର ସମସ୍ତ ଭାଇଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ଆଗାମୀ ଦିନମାନଙ୍କରେ ଓଡିଶାର ପ୍ରଗତି ଓ ଅଗ୍ରଗତି ପାଇଁ ସେ ପ୍ରାର୍ଥନା କରୁଥିବା ଟ୍ୱିଟରରେ ଲେଖିଛନ୍ତି ।

Leave A Reply

Your email address will not be published.