Latest Odisha News

BREAKING NEWS

ଗ୍ରେଟା ଟୁଲକିଟ୍ ମାମଲା, ବେଙ୍ଗଳୁରୁରୁ ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବି ଗିରଫ

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗଳୁରୁରୁ ଦିଶା ରବିକୁ ଗିରଫ କରିଛି । ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଫ୍ରାଇଡେ ଫର୍ ଫ୍ୟୁଚର କ୍ୟାମ୍ପେନର ପ୍ରତିଷ୍ଠାତା ଦିଶା ରବିଙ୍କୁ ଶନିବାର ଗିରଫ କରାଯାଇଛି । ଫେବ୍ରୁଆରୀ ୪ରେ ଟୁଲକିଟକୁ ନେଇ ଦିଲ୍ଲୀ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । କୃଷକଙ୍କ ସହ ଜଡ଼ିତ ଟୁଲକିଟକୁ ଦିଶା ରବି ଏଡିଟ୍ କରିଥିବା ଅଭିଯୋଗ ହୋଇଛି ।

ଜାନୁଆରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ପରେଡ୍ ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାର ଯାଞ୍ଚ କରୁଥିବା ଦିଲ୍ଲୀ ପୋଲିସ ଟୁଲିକଟ୍ ମାମଲାର ମଧ୍ୟ ତଦନ୍ତ କରୁଛି । ଜଳବାୟୁ ସଂରକ୍ଷକ ଗ୍ରେଟା ଥନବର୍ଗ ନିକଟରେ ଏକ ଟୁଲକିଟ୍ ଟ୍ୱିଟ୍ କରିଥିଲେ । ଯାହାକୁ ପରେ ସେ ହଟାଇ ଦେଇଥିଲେ । ଯାଞ୍ଚରୁ ଜଣାପଡ଼ିଛି ଏହି ଟୁଲକିଟର ସ୍କ୍ରିପ୍ଟ ରାଇଟର ଏକ ଖଲିସ୍ତାନୀ ସଂଗଠନ । ଏହାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ ଦିଶା ରବିଙ୍କୁ ଗିରଫ କରିଛି ।

ଦିଲ୍ଲୀ ପୋଲିସ ଗୁଗୁଲ ଓ ଅନ୍ୟ ବଡ଼ ସୋସିଆଲ୍ ମିଡିଆ କମ୍ପାନୀଠାରୁ ଟୁଲକିଟରେ ଉଲ୍ଲେଖ ଇମେଲ ଓ ୟୁଆରଏଲ ବାବଦରେ ତଥ୍ୟ ମାଗିଛି । କୃଷକ ଆନ୍ଦୋଳନକୁ ନେଇ ଆମେରିକାର ପପ୍ ସିଙ୍ଗର ରିହାନା ଓ ଗ୍ରେଟା ଥନବର୍ଗଙ୍କ ଭଳି ଅନ୍ତର୍ଜାତୀୟ ତାରକା ଟ୍ୱିଟ୍ କରିଥିଲେ । ଗ୍ରେଟା ଟୁଲକିଟ୍ ସୂଚନା ଦେଇ ଲେଖିଥିଲେ ଆପଣ ସହାୟତା କରିବାକୁ ଚାହୁଁଥିଲେ ଏଠି ଟୁଲକିଟ୍ ଅଛି ।

ସୋସିଆଲ୍ ମିଡିଆ ମନିଟରିଂ ବେଳେ ଦିଲ୍ଲୀ ପୋଲିସକୁ ଟୁଲକିଟ୍ ମିଳିଥିଲା । ଟୁଲକିଟର ଲେଖକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ, ଏଫଆଇଆରରେ କାହାର ନାମ ନାହିଁ । ଏଫଆଇଆର୍ କେବଳ ଟୁଲକିଟ୍ ନିର୍ମାତାଙ୍କ ବିରୋଧରେ ହୋଇଥିଲା । ପୋଲିସ ଅନୁସାରେ ସୋସିଆଲ୍ ମିଡିଆ ମନିଟରିଂ ବେଳେ ଏକ ଆକାଉଣ୍ଟରୁ ଏକ ତଥ୍ୟ ମିଳିଥିଲା, ଯାହାକି ଟୁଲକିଟ୍ । ଯେଉଁଥିରେ ପୂର୍ବ ନିର୍ଦ୍ଧାରିତ ଯୋଜନା ନେଇ ଏକ ସେକ୍ସନ ରହିଛି । ସେଥିରେ କୃଷକ ଆନ୍ଦୋଳନ ବେଳେ କଣ କରାଯିବ ତାହାର ସୂଚନା ରହିଛି ।

Leave A Reply

Your email address will not be published.