Latest Odisha News

BREAKING NEWS

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପିଟା ଖାଇଲା ଯୁବକ

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଗାଁ ଲୋକ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି ।

ଗାଁର ଜଣେ ନାବାଳିକା ପଡ଼ୋଶୀ ଘରକୁ ଯାଉଥିଲେ । ଏତିକିବେଳେ ଅଭିଯୁକ୍ତ ନାବାଳିକାର ପାଟିକୁ ବନ୍ଦ କରି ଅପରହଣ କରି ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ଜଣା ପଡିବା ପରେ ଅଭିଯୁକ୍ତକୁ ଗାଁ ମଝିରେ ଥିବା କ୍ଳବ ଘର ଖୁଣ୍ଟରେ ବାନ୍ଧି ଦେବା ସହ ନିସ୍ତୁକ ପିଟିଥିଲେ । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।

Leave A Reply

Your email address will not be published.