Latest Odisha News

BREAKING NEWS

ବିବାଦୀୟ ଟୁଇଟ ନେଇ ସ୍ୱରା ଭାସ୍କର, ଟ୍ୱିଟର ଇଣ୍ଡିଆ ମୂଖ୍ୟଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ:ଗାଜିଆବାଦରେ ଏକ ମାରପିଟ ଘଟଣାକୁ ବିବାଦୀୟ କରି ସାମ୍ପ୍ରଦାୟିକ ରୂପ ଦେଉଥିବା ଅଭିଯୋଗରେ ଅଭିନେତ୍ରୀ ସ୍ୱରା ଭାସ୍କର ଏବଂ ଟ୍ୱିଟର ଇଣ୍ଡିଆ ମୂଖ୍ୟ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ତିଳକମାର୍ଗ ପୋଲିସ ଷ୍ଟେସନରେ ଅଭିଯୋଗ କରାଯାଇଛି । ଏହି ଦୁଇ ଜଣଙ୍କ ବ୍ୟତୀତ ସାମ୍ବାଦିକ ଆରଫା ଖାନୁମ ସେରୱାନି, ଆସିଫ ଖାଁଙ୍କ ନାମ ମଧ୍ୟ ଆଇନଜୀବୀ ଅମିତ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ପୂର୍ବରୁ ଟ୍ୱିଟରର ଆଇଏନସି, ଟ୍ୱିଟର କମ୍ୟୁନିକେଶନ ଇଣ୍ଡିଆ, ନ୍ୟୁଜ ୱେବାସାଇଟ ଦି ୱାୟାର, ସାମ୍ବାଦିକ ମହମ୍ମଦ ଜୁବାଇର, ରାଣା ଆୟୁବ, କଂଗ୍ରେସ ନେତା ଶାମ ମହମ୍ମଦ, ସଲମାନ ନିଜାମିଳ ମୁସକାରୀ ଉସମାନୀ ଓ ସଭା ନକବୀଙ୍କ ନାମରେ ମଧ୍ୟ ଏଫଆଇଆର ରୁଜୁ କରାଯାଇଛି ।

ସୂଚନାଯୋଗ୍ୟ, ଜଣେ ଯୁବକ ଗାଜିଆବାଦର ଲୋନୀରେ ଅବଦୁଲ ସମିଦ ମାଡ ମାରିବା ସହ ତାଙ୍କ ଦାଢ଼ୀ କାଟି ନେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି । ଏହା ସତ୍ୱେ ଉପରୋକ୍ତ ବ୍ୟକ୍ତିମାନେ ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଉଦ୍ୟମ କରିଥିଲେ । ପୋଲିସ ଅନୁସାରେ ବୃଦ୍ଧ ଜଣଙ୍କ ଯୁବକକୁ କେତେକ ତାବିଜ ଦେଇଥିଲେ, ଯାହା କି କାର୍ଯ୍ୟ କରି ନ ଥିଲା । ଏହାକୁ ନେଇ ଯୁବକଜଣଙ୍କ ତାଙ୍କୁ ମାରପିଟ କରିଥିଲେ ।

Leave A Reply

Your email address will not be published.