ନୂଆଦିଲ୍ଲୀ: ଲଗାତାର ବିଭିନ୍ନ ସଂସ୍ଥାକୁ ବୋମା ଧମକ ଆସୁଛି। ଦିଲ୍ଲୀର ସ୍କୁଲ୍ଗୁଡ଼ିକୁ ମଧ୍ୟ ଲଗାତାର ବୋମା ଧମକ ଦିଆଯାଉଛି। ସ୍କୁଲ ପ୍ରଶାସନ, ଶିଶୁ ଏବଂ ଅଭିଭାବକ ତଥା ପୋଲିସ ଚିନ୍ତିତ ଥିବା ଜଣାପଡିଛି। ଶୁକ୍ରବାର ପୁଣି ଦିଲ୍ଲୀ ସ୍କୁଲକୁ ଏକ ବୋମା ଧମକ ଆସିଛି। ଯେଉଁଥିରେ ସମସ୍ତେ ଆତଙ୍କିତ ହୋଇଛନ୍ତି। ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଏହି ବୋମା ଧମକ ମିଳିଛି।
ସୂଚନା ଅନୁସାରେ ସକାଳ ପ୍ରାୟ ୫.୧୫ ସମୟରେ ଡିପିଏସ୍ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଏହାର କିଛି ସମୟ ପରେ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସର ଏକ ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତେବେ ଦୀର୍ଘ ସମୟର ଅନୁସନ୍ଧାନ ପରେ ମଧ୍ୟ ସନ୍ଦେହଜନକ କିଛି ମିଳିଲା ନାହିଁ। ଇମେଲ ବିଷୟରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ, ଦିଲ୍ଲୀ ପୋଲିସ, ବମ୍ ସ୍କ୍ଵାଡ ଏବଂ ଡଗ ସ୍କ୍ଵାଡ ସ୍କୁଲ କ୍ୟାମ୍ପସରେ ପହଞ୍ଚିଥିଲେ। ଇମେଲ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଜଣେ ଅଜ୍ଞାତ ବ୍ୟକ୍ତି କ୍ୟାମ୍ପସରେ ବୋମା ଧମକ ଦେଇଛନ୍ତି, ଏହା ସଙ୍ଗେ ସଙ୍ଗେ ପିତାମାତାଙ୍କୁ ଡାକି ଅନଲାଇନ୍ କ୍ଲାସ୍ ବିଷୟରେ ସୂଚନା ଦିଆଯାଇଥିଲା।
ସୂଚନା ଥାଉକି ଗତ କିଛି ମାସ ଧରି ଦିଲ୍ଲୀର ବିଦ୍ୟାଳୟରେ ବୋମା ଧମକ ଇମେଲ ଏବଂ ବାର୍ତ୍ତା କ୍ରମାଗତ ଭାବରେ ଆସୁଥିଲା। ଏ ପର୍ଯ୍ୟନ୍ତ ପୋଲିସ ଏ ସମ୍ପର୍କରେ କୌଣସି ଠୋସ୍ ପଦକ୍ଷେପ ନେଇପାରି ନାହିଁ। ଏହି ଘଟଣାରେ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇ ନାହିଁ। ଡିସେମ୍ବର ୨୦ରେ ବିଦ୍ୟାଳୟ ଦ୍ୱାରା ମିଳିଥିବା ଧମକ ହେଉଛି ୧୦ ଦିନ ମଧ୍ୟରେ ଚତୁର୍ଥ ଘଟଣା। ଏହାପୂର୍ବରୁ ଡିସେମ୍ବର ୧୭ ରେ ଦକ୍ଷିଣ ଦିଲ୍ଲୀ ଏବଂ ଉତ୍ତର ପଶ୍ଚିମ ଦିଲ୍ଲୀର ଦୁଇଟି ବିଦ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଏଥି ସହିତ, ପୂର୍ବରୁ ମଧ୍ୟ ୪୦ ରୁ ଅଧିକ ବିଦ୍ୟାଳୟକୁ ଏକକାଳୀନ ସମାନ ବାର୍ତ୍ତା ପଠାଯାଇଥିଲା।