Latest Odisha News

BREAKING NEWS

ରାଜଧାନୀରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଚିନ୍ତାରେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ଶୁକ୍ରବାର ଦିନ କହିଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ପ୍ରାୟ ୧୭,୦୦୦ ତାଜା ମାମଲା ରିପୋର୍ଟ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଦିଲ୍ଲୀରେ କରୋନାର ପଞ୍ଚମ ଲହର ଦେଖିବାକୁ ମିଳିଛି।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, “ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପ୍ରାୟ ୧୭,୦୦୦ ତାଜା ମାମଲା ରେକର୍ଡ କରାଯାଇଥିଲା। ପଜିଟିଭିଟି ହାର ୧୭% ରହିଛି।

ଦିଲ୍ଲୀରେ ୩୦,୦୦୦ ରୁ ଅଧିକ ସକ୍ରିୟ କୋଭିଡ-୧୯ ମାମଲା ରହିଛି ଏବଂ ସେଥିରୁ ୨୪ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ଦିଲ୍ଲୀବାସୀଙ୍କୁ ଆସନ୍ତା ଦୁଇମାସ ପାଇଁ ସଜାଗ ରହିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ପ୍ରକାଶିତ ତଥ୍ୟ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୫,୦୯୭ ତାଜା ମାମଲା ରିପୋର୍ଟ ହୋଇଛି।

Comments are closed.