Latest Odisha News

BREAKING NEWS

ଅଷ୍ଟମ ଥର ପାଇଁ ରାଜଧାନୀରେ କରୋନା ମୃତ୍ୟୁ ଶୂନ୍ୟ

ନୂଆଦିଲ୍ଲୀ: କମୁଛି କରୋନା ମୃତ୍ୟୁ ହାର। ରାଜଧାନୀ ଦିଲ୍ଲୀରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ୍ୟ ରହିଛି। ଗୁରୁବାର ଦିନ ଦିଲ୍ଲୀରେ କୌଣସି ମୃତ୍ୟୁ ମାମଲା ରେକର୍ଡ କରାଯାଇ ନାହିଁ। କ୍ରମାଗତ ଦ୍ୱିତୀୟ ଦିନରେ ଦୈନିକ ମୃତ୍ୟୁହାର ଶୁନ୍ୟ ହୋଇଥିବାବେଳେ ୪୯ ଟି ନୂତନ ମାମଲାରେ ୦.୦୭ ପ୍ରତିଶତ ପଜିଟିଭିଟି ହାର ଥିବା ରିପୋର୍ଟ ହୋଇଛି।।

ଜାତୀୟ ରାଜଧାନୀରେ ମହାମାରୀର ଦ୍ୱିତୀୟ ତରଙ୍ଗ ଆରମ୍ଭ ହେବା ପରଠାରୁ ଏହା ଅଷ୍ଟମ ଥର ହୋଇଛି। ଗୋଟିଏ ଦିନରେ କୌଣସି କରୋନା ଜନିତ ମୃତ୍ୟୁ ହୋଇନଥିବା ଜଣାପଡ଼ିଛି।

ଜୁଲାଇ ୧୮, ଜୁଲାଇ ୨୪, ଜୁଲାଇ ୨୯, ଅଗଷ୍ଟ ୨, ଅଗଷ୍ଟ ୪, ଅଗଷ୍ଟ ୮ ଏବଂ ଅଗଷ୍ଟ ୧୧ ରେ ମଧ୍ୟ ସରକାରୀ ତଥ୍ୟ ଅନୁଯାୟୀ କରୋନା ହେତୁ କୌଣସି ମୃତ୍ୟୁ ରେକର୍ଡ କରାଯାଇ ନଥିବା ସୂଚନା ମିଳିଛି।

Comments are closed.