Latest Odisha News

BREAKING NEWS

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ ଖୋର୍ଦ୍ଧାର ସୌରଭ ପଟ୍ଟନାୟକ ।

ଗୁଇନ୍ଦା ସୂଚନା ଆଧାରରେ ଖୋର୍ଦ୍ଧା ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲା ଏସଟିଏଫ୍ । ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତଙ୍କୁ ପଚରାଉଚରା କରିଛି ଏସଟିଏଫ୍ । ଏହି ବ୍ରାଉନସୁଗର କାରବାର ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ?

ରାଜ୍ୟରେ କେଉଁ ସବୁ ଅଞ୍ଚଳକୁ ସେମାନେ ଧଳଜହର ଯୋଗାଣ କରୁଥିଲେ ? କେଉଁଠାରୁ ଆଣୁଥିଲେ ବ୍ରାଉନସୁଗର ? ଏହି ନେଟଓ୍ୱାର୍କ କେଉଁଯାଏ ଲମ୍ବିଛି ? ମାଷ୍ଟରମାଇଣ୍ଡ କିଏ ? ଅଧିକ ତଥ୍ୟ ହାସଲ କରିଛି ଏସଟିଏଫ୍ ।

ବ୍ରାଉନସୁଗର କାରବାର ଉପରେ ରୋକ ଲଗାଇବାକୁ ୨୦୨୦ରୁ ସ୍ପେଶାଲ୍ ଡ୍ରାଭଭ ଚଳାଇଛି ଏସଟିଏଫ୍ । ବର୍ତ୍ତମାନ ସୁଦ୍ଧା ୩୬ କିଲୋ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୭୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହେଲାଣି । ଏହି ଘଟଣାରେ ଶହେରୁ ଅଧିକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ ।

Leave A Reply

Your email address will not be published.