Latest Odisha News

BREAKING NEWS

Bomb Threats: ଦିଲ୍ଲୀର ୪ଟି ସ୍କୁଲ ଓ ପଞ୍ଜାବ-ହରିୟାଣାର ସଚିବାଳୟକୁ ମିଳିଲା ମୋବା ଧମକ

ନୂଆଦିଲ୍ଲୀ: ପୁଣି ଦେଶର ରାଜଧାନୀ ସ୍ଥିତ ଘରୋଇ ସ୍କୁଲକୁ ମିଳିଛି ମୋବା ଧମକ । ଚାରୋଟି ଘରୋଇ ସ୍କୁଲକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଛି । ପ୍ରଥମେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର ଲୋରେଟୋ କନଭେଣ୍ଟ ସ୍କୁଲକୁ ସକାଳ ପ୍ରାୟ ୮ ଟା ୨୨ ମିନିଟରେ ଧମକପୂର୍ଣ୍ଣ କଲ୍ ଆସିଥିଲା ।

ଏହା ପରେ ସିଆର୍ ପାର୍କରେ ଥିବା ଡନ୍ ବାସ୍କୋ ସ୍କୁଲକୁ ପ୍ରାୟ ୯ ଟା ୧୮ ମିନିଟ୍ ସମୟରେ ସମାନ୍ ଧମକପୂର୍ଣ୍ଣ କଲ୍ ଆସିଥିଲା । ଆନନ୍ଦ ନିକେତନର କାର୍ମେଲ ସ୍କୁଲକୁ ମଧ୍ୟ ସକାଳ ୯ ଟା ୨୨ ମିନିଟରେ ମାଡ଼ ଧମକ ମିଳିଥିଲା । ଦ୍ବାରକାର ସେକ୍ଟର ୨୩ରେ ଥିବା କାର୍ମେଲ ସ୍କୁଲକୁ ୯ ଟା ୨୫ ମିନିଟରେ ସମାନ୍ ମେଲ୍ ଆସିଥିଲା ।

ଧମକ ପରେ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ର ଏବଂ କର୍ମଚାରୀମାନଙ୍କୁ ସ୍କୁଲ ପରିସର ବାହାରକୁ ବାହାର କରିଦେଇଥିଲେ । ଘଟଣା ସମ୍ପର୍କରେ ପୋଲିସ ସୂଚନା ପାଇବା ପରେ ଦିଲ୍ଲୀ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲା । ବୋମା ନିଷ୍କ୍ରିୟକାରୀ ଦଳ ଏବଂ ସନ୍ଧାନୀ କୁକୁର ସ୍କୁଲ ପରିସରରେ ପୁଙ୍ଖାନୁପୁଙ୍ଖ ତଲାସୀ କରିଥିଲେ । କୌଣସି ସ୍କୁଲରୁ କୌଣସି ସନ୍ଦେହଜନକ ବସ୍ତୁ ଉଦ୍ଧାର ହୋଇଥିବାର ସୂଚନା ମିଳିନାହିଁ । ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତଦନ୍ତ କରୁଛନ୍ତି ।

ଗତ ବୁଧବାର, ପଞ୍ଜାବ ଏବଂ ହରିୟାଣାର ୩୦ଟି ପ୍ରମୁଖ ସ୍କୁଲକୁ ବୋମା ଧମକ ମିଳିଥିଲା । ଆଜି, ପଞ୍ଜାବ ଏବଂ ହରିୟାଣା ସଚିବାଳୟକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା । ଧମକ ପାଇବା ପରେ, ପୋଲିସ ଏବଂ ବମ୍ ସ୍କ୍ବାଡ୍ ପଞ୍ଜାବ ଏବଂ ହରିୟାଣା ସଚିବାଳୟରେ ତଦନ୍ତ ଆରମ୍ଭ କରିଥିଲେ । ସଚିବାଳୟରେ ଏକ ବଡ଼ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଗୋଟିଏ ଦିନ ପୂର୍ବରୁ ସ୍କୁଲଗୁଡ଼ିକୁ ବୋମା ମାଡ଼ କରିବାର ଧମକ ମିଳିଥିଲା । ତଦନ୍ତ ପରେ, ଇମେଲ୍ ଟି ନକଲି ବୋଲି ଜଣାପଡିଥିଲା ।

Leave A Reply

Your email address will not be published.