Latest Odisha News

BREAKING NEWS

ଆଜିଠୁ ରାଜଧାନୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀରେ ଖେଲିଲା ସ୍କୁଲ। ଦୀର୍ଘ ଦିନର ବ୍ୟବଧାନ ପରେ ୯ରୁ ୧୨ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଯାଇଥିବା ଜଣାପଡ଼ିଛି। କରୋନା ହେତୁ ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘ ଦିନ ଧରି ବିଦ୍ୟାଳୟ ବନ୍ଦ ରଖାଯାଇଥିଲା। ଜାତୀୟ ରାଜଧାନୀରେ କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଦିଲ୍ଲୀ ସରକାର ଶୁକ୍ରବାର ଦିନ ଘୋଷଣା କରିଥିଲେ ଯେ ୯ ରୁ ୧୨ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଏବଂ କୋଚିଂ ପ୍ରତିଷ୍ଠାନ ସେପ୍ଟେମ୍ବର ୧ ରୁ ଖୋଲିବ।

କୌଣସି ଛାତ୍ରଛାତ୍ରୀ ବାଧ୍ୟତାମୂଳକ ଭାବେ କ୍ଲାସରେ ଯୋଗଦେବେ ନାହିଁ। ସ୍କୁଲକୁ ଆସିବା ପାଇଁ ହେଲେ ଅଭିଭାବକଙ୍କ ସହମତି ଜରୁରୀ ବୋଲି ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି।

ଯଦିଓ ଏହା ଅନୁଷ୍ଠାନ ଖୋଲିବାକୁ ଅନୁମତି ଦେବା ସହିତ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ DDMA ଅନେକ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରିଛି। ଯାହାକୁ ସ୍କୁଲ ଆସିବା ସମୟରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ପାଳନ କରିବାକୁ ପଡ଼ିବ।

ନିର୍ଦ୍ଦେଶାବଳୀ ଅନୁଯାୟୀ ଶ୍ରେଣୀଗୃହରେ କେବଳ ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ।

Comments are closed.