Latest Odisha News

BREAKING NEWS

୫୦ ପ୍ରତିଶତ କ୍ଷମତା ସହ ରାଜଧାନୀରେ ଖୋଲିବ ସ୍କୁଲ୍‌

ନୂଆଦିଲ୍ଲୀ: ୫୦ ପ୍ରତିଶତ କ୍ଷମତା ସହ ରାଜଧାନୀ ଦିଲ୍ଲୀରେ ଖୋଲିବ ସ୍କୁଲ। ରାଜଧାନୀରେ ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ପ୍ରକାଶ କରି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ସୋମବାର କହିଛନ୍ତି ଯେ ଶ୍ରେଣୀଗୃହରେ ସର୍ବାଧିକ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଉପସ୍ଥିତ ରହିପାରିବେ।

ଡିଡିଏମଏ କହିଛି ଯେ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ଶ୍ରେଣୀଗୃହର ସ୍ଥାନ ସୀମା ଅନୁଯାୟୀ ବିଦ୍ୟାଳୟଗୁଡ଼ିକ ସମୟ ସାରଣୀ ପ୍ରସ୍ତୁତ କରିବା ଉଚିତ। କୋଭିଡ କଣ୍ଟେଣ୍ଟମେଣ୍ଟ ଜୋନରେ ରହୁଥିବା ଛାତ୍ର, ଶିକ୍ଷକମାନଙ୍କୁ ସ୍କୁଲ ଏବଂ କଲେଜକୁ ଆସିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଡିଡିଏମଏ କହିଛି।

ଗାଇଡଲାଇନରେ କୁହାଯାଇଛି ଯେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଭିଡ଼ ନହେବା ପାଇଁ ଅତି କମ୍‌ରେ ୧ ଘଣ୍ଟାର ବ୍ୟବଧାନ ରହିବା ଉଚିତ। ଉଚିତ୍।

DDMA ଗାଇଡଲାଇନ ଅନୁଯାୟୀ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ, ବହି, କପି ଏବଂ ଷ୍ଟେସନାରୀ ସାମଗ୍ରୀ ପରସ୍ପର ସହିତ ଅଂଶୀଦାର କରିପାରିବେ ନାହିଁ।

Leave A Reply

Your email address will not be published.