Latest Odisha News

BREAKING NEWS

ନାଗାର୍ଜୁନଙ୍କ ଆଗାମୀ ଫିଲ୍ମ ଦି ଘୋଷ୍ଟର ଦମଦାର ପୋଷ୍ଟର ଜାରୀ

ମୁମ୍ବାଇ: ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ନୂତନ ଫିଲ୍ମର ପୋଷ୍ଟର ଆଜି ଜାରୀ ହୋଇଛି । ନାଗାର୍ଜୁନଙ୍କ ଜନ୍ମଦିନ ଅବସରରେ ଦି ଘୋଷ୍ଟ ଫିଲ୍ମର ମେକର୍ସ ପ୍ରଶଂସକଙ୍କୁ ଏହି ଭେଟି ଦେଇଛନ୍ତି । ଏଥିରେ ନାଗାର୍ଜୁନଙ୍କ ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି । ରକ୍ତ ଝରୁଥିବା ଏକ ଖଣ୍ଡା ଧରି ସେ ଏକ କ୍ରୁର ଶାସକ ଭାବେ ଆସୁଛନ୍ତି । ପ୍ରବୀଣ ସତାରୁ ନିର୍ଦ୍ଦେଶିତ ଏହି ଫିଲ୍ମର ପୋଷ୍ଟର ଓ ଲେଟରରେ ରାଇଫଲ ଓ ଟାର୍ଗେଟ ଚିହ୍ନ ଦିଆଯାଇଛି । କାଜଲ ଅଗ୍ରୱାଲ ମୁଖ୍ୟ ଅଭିନେତ୍ରୀ ଦାୟିତ୍ୱ ତୁଲାଉଛନ୍ତି ।

ନାଗାର୍ଜୁନ ଏହା ବ୍ୟତୀତ ପୂତ୍ର ନାଗା ଚୈତନ୍ୟ ସହ ବଙ୍ଗାରାଜୁରେ ମଧ୍ୟ ଅଭିନୟ କରୁଛନ୍ତି । ରଣବୀର କାପୁର, ଅମିତାଭ ବଚ୍ଚନ ଓ ଆଲିଆ ଭଟ୍ଟଙ୍କ ସହ ବ୍ରହ୍ମାସ୍ତ୍ର ଫିଲ୍ମରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରୁଛନ୍ତି ।

Leave A Reply

Your email address will not be published.