Latest Odisha News

BREAKING NEWS

ବିମାନରେ ଧକ୍କା ହେଲା ପକ୍ଷୀ, ୱିଣ୍ଡସ୍କ୍ରିନରେ ଫାଟ ଯୋଗୁଁ ଏମରଜେନ୍ସି ଲ୍ୟାଣ୍ଡିଂ 

ପାଟଣା: ଦିଲ୍ଲୀରୁ ଶୀଲଙ୍ଗ ଯାଉଥିବା ସ୍ପାଇସ ଜେଟ୍ ବିମାନ ପାଟନାରେ ଜରୁରୀ ଅବତରଣ କରିଛି। ବିମାନ ଏସଜି ୨୯୫୦ ରେ ପ୍ରାୟ ୮୦ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ଥିଲେ।

ୱିଣ୍ଡସ୍କ୍ରିନ୍ରେ ଫାଟ ଯୋଗୁଁ ବିମାନଟି ଜରୁରୀକାଳୀନ ଅବତରଣ କରିଥିବା ଜଣାପଡିଛି। ତେବେ ବିମାନରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି।

ସୂଚନାନୁସାରେ, ବିମାନ ଉଡାଣ ଭରିବା ପରେ ପକ୍ଷୀ ସହ ଧକ୍କା ହୋଇଥିଲା। ଫଳରେ ଆକାଶରେ ହିଁ ବିମାନ ୱିଣ୍ଡସ୍କ୍ରିନରେ ଫାଟ ସୃଷ୍ଟି ହୋଇଥିଲା। ଯାହା ପରେ ପାଟନା ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡିଥିଲା।

ଶିଲଙ୍ଗ୍ ଯାଉଥିବା ଏହି ବିମାନ ଦିଲ୍ଲୀରୁ ସକାଳ ୭ଟା ୦୩ରେ ଉଡ଼ାଣ ଭରିଥିଲା । ଏହା ୧୦ଟା ୦୨ ମିନିଟରେ ଶିଲଙ୍ଗରେ ପହଞ୍ଚିବାର ଥିଲା। କିନ୍ତୁ ପାଇଲଟ୍ ୱିଣ୍ଡସ୍କ୍ରିନରେ ଏକ ଫାଟ ଲକ୍ଷ୍ୟ କରିଥିଲେ। ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ।

ଏହି ବିମାନ ସକାଳ ପ୍ରାୟ ୯ଟା ସମୟରେ ପାଟଣାର ଜୟପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ଯାହା ପରେ ଯାଞ୍ଚରେ ଲାଗିପଡିଥିଲେ ଟେକ୍ନିକାଲ୍ ଟିମ୍।

 

Comments are closed.