Latest Odisha News

ଶ୍ରଦ୍ଧା ହତ୍ୟା ଘଟଣା ଉପରେ ନିର୍ମିତ ହେବ ଫିଲ୍ମ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ କାହାଣୀ । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିକଟରେ ଶ୍ରଦ୍ଧା ହତ୍ୟା ଘଟଣା ଉପରେ ଆଧାରିତ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ଯାହାକୁ ଘୋଷଣା କରିଛନ୍ତି ନିର୍ଦ୍ଦେଶକ ମନୀଷ ଏଫ ସିଂ  ।

ତେବେ ଏହି ଚଳଚ୍ଚିତ୍ରର ନାମ ହେଉଛି ‘ହୁ କିଲଡ୍‌ ଶ୍ରଦ୍ଧା ୱାଲକର’ ।ଏହି ଫିଲ୍ମଟିକୁ ନିର୍ଦ୍ଦେଶକ ମନୀଷ ଏଫ ସିଂ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି ଶ୍ରଦ୍ଧା ୱାଲକରଙ୍କ ହତ୍ୟା ଉପରେ ଆଧାରିତ ହେବ। ମନୀଷ କହିଛନ୍ତି ଯେ, ଫିଲ୍ମଟି  ଲଭ୍ ଜିହାଦ୍ ଉପରେ ହେବ। ଏହି ଫିଲ୍ମଟି ପ୍ରତ୍ୟେକ ପ୍ରେମୀଯୁଗଳଙ୍କ ନିଛକ ପ୍ରେମ କାହାଣୀ ଉପରେ ପର୍ଯ୍ୟବେଶିତ । ଏଥିସହ ଝିଅଙ୍କ ଜୀବନ ନଷ୍ଟ କରୁଥିବା ଷଡ଼ଯନ୍ତ୍ରର ଖୁଲାସା ହେବ  । ବୃନ୍ଦାବନ ଫିଲ୍ମ ବ୍ୟାନରରେ ନିର୍ମିତ ହେବ ‘ହୁ କିଲଡ୍‌ ଶ୍ରଦ୍ଧା ୱାଲକର’ ଚଳଚ୍ଚିତ୍ର ।

ମନିଷ କହିଛନ୍ତି ଯେ, ଫିଲ୍ମରେ କେଉଁ କଳାକାର ରହିବେ ଏନେଇ ସ୍ପଷ୍ଟ ହୋଇ ନାହିଁ । ଏହି ଚଳଚ୍ଚିତ୍ରର ସ୍କ୍ରିନ୍‌ପ୍ଲେ ଉପରେ ମଧ୍ୟ କାମ ଆରମ୍ଭ ହୋଇଛି। ତେବେ ପୋଲିସ ଚାର୍ଜସିଟ ଦାଖଲ ନକରିବା ପର୍ଯ୍ୟନ୍ତ ସ୍କ୍ରିନପ୍ଲେ ଚୂଡାନ୍ତ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

 

Leave A Reply

Your email address will not be published.