Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରେ ୧୪ ହଜାର ରନ କଲେ ସ୍ମିଥ

ସିଡନୀ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଆନ୍ତର୍ଜାତୀୟ କ୍ରିକେଟରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ଅଷ୍ଟ୍ରେଲିଆ ପକ୍ଷରୁ ଦ୍ରୁତ ୧୪ ହଜାର ରନ ପୂର୍ଣ୍ଣ କରିଛନ୍ତି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି । ୨୮୮ ମ୍ୟାଚ ଖେଳି ସେ ୩୨୮ ଇନିଂସରେ ଏହି ଉପଲବ୍ଧି ହାସଲ କରିଛନ୍ତି । ତାଙ୍କ ଷ୍ଟ୍ରାଇକ ରେଟ ୮୨.୪୫ ଓ ଆଭରେଜ ୪୯.୫୨ ରହିଛି । ଏହି ଅବସରରେ ସେ ୪୦ ଶତକ ଓ ୬୯ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି । ସ୍ମିଥଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସ୍କୋର ୨୩୯ ରହିଛି । ସେ ନିଜ ଦେଶର ଡେଭିଡ ବୁନ୍ (୧୩,୩୮୬)ଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଏଥିସହ ସେ ୯ମ ସର୍ବଶ୍ରେଷ୍ଠ ରନ ସ୍କୋରର ହୋଇଛନ୍ତି । ରିକି ପଂଟି ୨୭, ୩୬୮ ସହ ପ୍ରଥମ ସ୍ଥାନରେ ରହିଛନ୍ତି ।

ତାଙ୍କ ପଛକୁ ଷ୍ଟିଭ ୱ(୧୮୪୯୬), ଆଲାନ ବର୍ଡର (୧୭ ୬୯୮), ମାଇକେଲ କ୍ଲାର୍କ(୧୭୧୧୨) ଓ ଡେଭିଡ ୱାର୍ଣ୍ଣର (୧୬, ୬୧୨) ରହିଛନ୍ତି । ଓଭରାଲ ବିଶ୍ୱ କ୍ରିକେଟରେ ସର୍ବାଧିକ ରନର ରେକର୍ଡ ଭାରତର ସଚିନ ତେନ୍ଦୁଲକର(୩୪୩୫୭)ଙ୍କ ନାମରେ ରହିଛି ।

Leave A Reply

Your email address will not be published.