Latest Odisha News

BREAKING NEWS

ଏସିଆନ ଟିଟିରେ ବ୍ରୋଞ୍ଜ ଜିତି ଇତିହାସ ରଚିଲେ ମନିକା

ବ୍ୟାଙ୍କକ: ହୁଆମାର୍କ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଟେବୁଲ ଟେନିସରେ ଭାରତର ମନିକା ବାତ୍ରା ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି । ସେ ପ୍ରଥମ ମହିଳା ଭାରତୀୟ ଖେଳାଳି ଭାବେ ଏହି ଇଂଭେଟରେ ବ୍ରୋଞ୍ଜ ଜିତିଛନ୍ତି । ପୂର୍ବରୁ ସେ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିରେ ସେ ମିଆମ ଇଟୋଙ୍କ ନିକଟରୁ ୨-୪ (୮-୧୧, ୧୧-୭, ୭-୧୧, ୬-୧୧, ୧୧-୮, ୭-୧୧)ସେଟରେ ହାରି ଯାଇଥିଲେ । ମାତ୍ର ଏହା ସତ୍ୱେ ମନିକା ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ୩ଥର ଏସିଆନ ଚାମ୍ପିୟନ ଓ ବିଶ୍ୱର ୬ ନମ୍ବର ଖେଳାଳି ହିନା ହାୟତଙ୍କୁ ୧୧-୬, ୬-୧୧, ୧୧-୭, ୧୨-୧୦, ୪-୧୧ ଓ ୧୧-୨ରେ ପରାସ୍ତ କରିଥିଲେ ।

ପ୍ରଥମ ରାଉଣ୍ଡରେ ବିଶ୍ୱର ୭ ନମ୍ବର ଖେଳାଳି ଚେନ ଜିଙ୍ଗଟଙ୍ଗଙ୍କୁ ଏବଂ କ୍ୱାର୍ଟର ଫାଇନାଲରେ ଚେନ ସୁୂଜୁ ୟୁଙ୍କୁ ହରାଇ ସେମିକୁ ଉନ୍ନୀତ ହୋଇଥିଲେ । ନଭେମ୍ବର ୭ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧୯ରେ ଶେଷ ହୋଇଛି । ମନିକାଙ୍କ ଏହି ସଫଳତା ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗୁଛି ।

Leave A Reply

Your email address will not be published.