Latest Odisha News

ଦିଲ୍ଲୀ ହିଂସା : ୩ଟି ଅଲଗା ମାମଲାରେ ତାହିରଙ୍କ ଜାମିନ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାର ମୁଖ୍ୟ ଆରୋପୀ ଭାବେ ବିବେଚନା କରାଯାଉଥିବା ତାହିର ହୁସେନଙ୍କ ୩ଟି ଅଲଗା ଅଲଗା ମାମଲାର ଜାମିନକୁ କୋର୍ଟ ନାମଞ୍ଜୁର କରି ଦେଇଛନ୍ତି । ଆମ ଆଦମୀ ପାର୍ଟିର ଏହି ପୂର୍ବତନ ପାର୍ଷଦ ଅଂଚଳରେ ସବୁଠାରୁ ବେଶୀ ହିଂସା ହୋଇଥିଲା । ଅପରପକ୍ଷରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀ ହିଂସା ପଛରେ ତାହିର ଷଡଯନ୍ତ୍ର ରଚିବା ସହ ଅର୍ଥ ମଧ୍ୟ ଲଗାଇଥିଲା ବୋଲି ରିପୋର୍ଟ ଦାଖଲ କରିଛି । ଜାନୁୟାରୀଠାରୁ ଦଙ୍ଗାର ଷଡଯନ୍ତ୍ର ରଚା ସରିଥିଲା ।

ଅସ୍ତ୍ରଶସ୍ତ୍ର, ପେଟ୍ରୋଲ, ଏସିଡ, ପିସ୍ତଲ, ଗୁଳି ପ୍ରଭୃତି କିଣିବା ପାଇଁ ତାହିର ଏବଂ ତାଙ୍କ ସାଥୀ ଅମିତ ଗୁପ୍ତା ଅର୍ଥ ଖର୍ଚ୍ଚ କରିଥିଲେ । ଅର୍ଥ ନେଣଦେଣ ପାଇଁ ଗୁପ୍ତା ଶୈଲ ନାମକ କମ୍ପାନୀ ଖୋଲିଥିଲେ । ଏହା ମାର୍ପତରେ ଉପରୋକ୍ତ କାରୋବାର ହୋଇଥିଲା । ତାହିରଙ୍କ ଯୋଗୁ ୫୩ ଲୋକ ମୃତ୍ୟୁବରଣ କରିଥିବା ବେଳେ ଅନେକ ଆହତ ହୋଇଥିଲେ ।

Leave A Reply

Your email address will not be published.