Latest Odisha News

BREAKING NEWS

ଭାରତରୁ ଇଣ୍ଡୋନେସିଆକୁ ପଳାଇଲା ମଙ୍କି ମ୍ୟାନ୍

ଭୁବନେଶ୍ୱର: ଉପରୋକ୍ତ ହେଡ୍‌ଲାଇନ୍ ପଢି ଆପଣ ତାଜୁବ ହୋଇଥିବେ ନିଶ୍ଚିୟ । ହେଲେ ଷ୍ଟୋନ୍‌ମ୍ୟାନ୍ ଭଳି କୌଣସି ଭାଇରାଲ୍ ମଙ୍କି ମ୍ୟାନ୍ ନୁହଁ, ବରଂ ଏଠି ଆମେ ଏକ ଫିଲ୍ମର ସୁଟିଂ ଇଣ୍ଡୋନେସିଆ ସ୍ଥାନାନ୍ତରିତ ହୋଇଥିବା କଥା ଲେଖିଛୁ । ତେବେ କିଏ ନିର୍ମାଣ କରୁଥିଲା ଫିଲ୍ମ ମଙ୍କି ମ୍ୟାନ ଏବଂ କାହିଁକି ଏହା ଭାରତ ବାହାରକୁ ଗଲା ?

ସ୍ଲମ୍‌ଡଗ୍ ମିଲେନିୟର୍‌ର ବହୁଚର୍ଚ୍ଚିତ ଚେହେରା ଦେବ ପଟେଲ । ଜାନୁଆରୀ, ୨୦୨୦ରେ ଏହି ଅଭିନେତା ନିଜ ଡେବ୍ୟୁ ନିର୍ଦ୍ଦେଶନାରେ ଏକ ଫିଲ୍ମର ନିର୍ମାଣ ପାଇଁ ଭାରତ ଆସିଥିଲେ । ଥ୍ରୀଲର ଫିଲ୍ମ ମଙ୍କି ମ୍ୟାନ୍‌ର ନିର୍ମାଣ ପାଇଁ ସେ ସ୍ଥାନୀୟ ଲୋକଙ୍କର ସହାୟତା ପାଇଁ ଚେଷ୍ଟା କରିଥିଲେ । ମୁମ୍ବାଇରେ ପ୍ରାୟ ୧୦ଦିନ ରହି ଅନେକ ପ୍ରଯୋଜକଙ୍କୁ ମଧ୍ୟ ଭେଟିଥିଲେ । ହେଲେ ଭାରତରେ ତାଙ୍କ ସମସ୍ତ ଯୋଜନାକୁ ସେ ରଦ୍ଧ କରିଛନ୍ତି ।

ମୁମ୍ବାଇରେ ମଙ୍କି ମ୍ୟାନର ସୁଟିଂ ହେବାକୁ ଥିବାବେଳେ ଦେବ ତାହାକୁ ଏବେ ଇଣ୍ଡୋନେସିଆକୁ ସ୍ଥାନାନ୍ତରିତ କରିଛନ୍ତି । ଖାସ କରୋନା ସଂକ୍ରମଣର ବଢୁଥିବା ସଂଖ୍ୟା ହିଁ ଏଥିପାଇଁ କାରଣ ସାଜିଛି । ଫିଲ୍ମ ଏଣ୍ଡିଂରେ କିଛିଟା ସିନ୍ ବୋଧ ହୁଏ ଭାରତରେ ସୁଟ୍ ହୋଇପାରେ, ହେଲେ ଅଧିକାଂଶ ସିନ୍ ବାହାରେ ହିଁ ସୁଟିଂ ହେବ ।

ଏହି ଫିଲ୍ମର କାହାଣୀରେ ଜଣେ ଛୋଟ ପିଲା ଜେଲରୁ ବାହାରି ଲୋଭି ଦୁନିଆ ସହ ଆଧ୍ୟାତ୍ମିକ ମୂଲ୍ୟ ପାଇଁ ଲଢିବାରେ ଦେଖିବାକୁ ମିଳିବ । ଏହାର କାହାଣୀ ଓ ନିର୍ଦ୍ଦେଶନା ଭାର ଖୋଦ ଦେବ ପଟେଲ ସମ୍ଭାଳୁଥିବାବେଳେ ମୁଖ୍ୟ ଭୂମିକାରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

Leave A Reply

Your email address will not be published.