ନୂଆଦିଲ୍ଲୀ: ଦିଲ୍ଲୀର ନୂତନ ଉପ ରାଜ୍ୟପାଳ ଭାବେ ବିନୟ କୁମାର ସକ୍ସେନା ନିଯୁକ୍ତ ହୋଇଛନ୍ତି । ମେ ୧୮ରେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୀଲ ବୈଜଲ ଆକସ୍ମିକ ଭାବେ ତାଙ୍କ ପଦରୁ ଇସ୍ତଫା ଦେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବିନୟଙ୍କୁ ପ୍ରଦାନ କରିଛନ୍ତି । ସୋମବାରଠାରୁ ଏ ନେଇ ରାଷ୍ଟ୍ରପତି କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଛି । ବିନୟ କୁମାର ଏହା ପୂର୍ବରୁ ଖଦି ଓ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ ।
ନଜୀବ ଜଙ୍ଗଙ୍କ ପରେ ଅନୀଲ ବୈଜଲ ଦିଲ୍ଲୀର ଉପ ରାଜ୍ୟପାଳ ରହିଥିଲେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂତନ ଉପ ରାଜ୍ୟପାଳଙ୍କୁ ମିଳିମିଶି କାମ କରିବା ପାଇଁ ସ୍ୱାଗତ କରିଛନ୍ତି । ଦୀର୍ଘ ଦିନ ଧରି ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା କନ୍ଦଳ ଲାଗି ରହିଛି ।
Comments are closed.