Latest Odisha News

BREAKING NEWS

କରୋନା ଭୟରେ ଖାଲି ପଡ଼ିଛି ଖେଳନା ବଜାର

ନୂଆଦିଲ୍ଲୀ: ସୁନାମୀ ପରି ମାଡି ଚାଲିଛି ଭୟଙ୍କର ଭୂତାଣୁ କରୋନା । ଏହି ଭାଇରସର ଭୟାବହତା ଏବେ ବଢ଼ିବାରେ ଲାଗିଛି । ଏହାକୁ ନେଇ  ସର୍ତକ ହୋଇପଡ଼ିଛି ଭାରତ । ଭାରତ ସରକାର ଚୀନ୍ ଜିନିଷ ଆମଦାନୀ କରିବାରେ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ରାଜଧାନୀ ଦିଲ୍ଲୀର ସଦର ବଜାରରେ ଥିବା ଖେଳନା ମାର୍କେଟ ଉପରେ ପଡ଼ିଛି । ଏହି ମାର୍କେଟରେ ଚାଇନା ଖେଳନା ଜିନିଷ ହୋଲସେଲ ଦାମରେ ମିଳିଥାଏ । ହେଲେ ଏବେ ଚୀନରୁ ଆଉ ଆସୁନି ଖେଳନା । ବଜାରରେ ଚୀନ ଖେଳନାକୁ ବ୍ୟାନ୍ କରାଯାଇଛି । ଫଳର ଖେଳନା ବଜାର ପୁରା ଖାଲି ପଡିଛି । ବ୍ୟବସାୟୀଙ୍କ ସୁଚନା ଅନୁସାରେ ଦୁଇ ଦେଶ ଭିତରେ ଥିବା ବ୍ୟବସାୟୀକ କଟକଣାକୁ ନେଇ ପ୍ରାୟ ୪୦ ପ୍ରତିଶତ ନୂଆ ଜିନିଷ ବଜାରକୁ ଆସିପାରୁ ନାହିଁ । ଫଳରେ ଜିନିଷ ଅଭାବ ଦେଖାଦେବା ସହ ବେପାର ମଧ୍ୟ ମାନ୍ଦା ପଡିଛିି ।

Leave A Reply

Your email address will not be published.