Latest Odisha News

BREAKING NEWS

ଡିଜେର ତୀବ୍ର ଶବ୍ଦରେ ବରର ମୃତ୍ୟୁ

ନିଜାମବାଦ: ଶବ୍ଦ ପ୍ରଦୂଷଣର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ତେଲେଙ୍ଗାନା ରାଜ୍ୟର ନିଜାମବାଦ ଅଂଚଳରେ । ୨୫ ବର୍ଷୀୟ ଏମ.ଗଣେଶ ବିବାହ ପାଇଁ ବରଯାତ୍ରୀ ସହ ଧୂମଧାମରେ କନ୍ୟାଘର ଅଭିମୁଖେ ଯାଉଥିଲେ ।

ତେବେ ଡିଜେ ଓ ବ୍ୟାଣ୍ଡପାର୍ଟିର ତୀବ୍ର ଶବ୍ଦ ତାଙ୍କୁ ବ୍ୟତିବ୍ୟସ୍ତ କରାଇଥିଲେ । ମସଗୁଲରେ ମାତିଥିବା ବରଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ଗଣେଷ ହଠାତ୍ ଅଚେତ ହୋଇ ତଳେ ପଡି ଯାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେ ମୃତ୍ୟୁବରଣ କରିଥିଲେ ।

Leave A Reply

Your email address will not be published.