ମୁମ୍ବାଇ: ଟିଭି ଅଭିନେତ୍ରୀ ଡେଲନାଜଙ୍କୁ ନେଇ ଆସିଛି ବଡ ଖବର । କିଛିଟା ଫିଲ୍ମ ଓ ଅନେକ ସିରିଜରେ ଏହି ଅଭିନେତ୍ରୀ ନଜର ଆସିଛନ୍ତି । ମନୋରଂଜନ ଦୁନିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ହେଲେ ନିକଟରେ ଏହି ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ କପି କରୁଥିବା ଜଣାପଡିଛି ।
ଛୋଟ ପରଦା ହେଉ କି ବଡ ପରଦା । ଡେଲନାଜଙ୍କୁ ସବୁବେଳେ ସଫ୍ଟ ରୋଲ୍ରେ ଦେଖିବାକୁ ମିଳେ । ହେଲେ ଏଥର ସେ ନିଜ କମ୍ଫର୍ଟ ଜୋନ୍ରୁ ବାହାରକୁ ଆସିଛନ୍ତି । ସଫ୍ଟ ନୁହେଁ ବରଂ ହାର୍ଡକୋର୍ କିର୍ଦାରରେ ତାଙ୍କୁ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ସେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ ।
ଛୋଟ ପରଦାରେ ପୋଲିସ କିର୍ଦାର ପାଇଁ ଅଫର ମିଳିବା ପରେ ଡେଲନାଜ ଖୁବ ହସିଥିଲେ । ହେଲେ ସେ ନିଜକୁ ଏକ ଷ୍ଟ୍ରଙ୍ଗ କିର୍ଦାରରେ ଦେଖିବାକୁ ଚାହୁଁଥିଲେ । ଏହି କାରଣରୁ ସେ ଅଫରକୁ ଗ୍ରହଣ କରିବା ସହ ସିରିଜର ସୁଟିଂ ବି ସାରିଛନ୍ତି । ତେବେ ପରଦାରେ ପୋଲିସ ଅଫିସରର ଅଭିନୟ କରିବା ତାଙ୍କ ପାଇଁ ଏତେଟା ସହଜ ନଥିଲା ।
ଏଥିପାଇଁ ସେ ରାଣୀ ମୁଖାର୍ଜୀଙ୍କୁ ଫଲୋ କରିଥିଲେ । ଫିଲ୍ମ ମର୍ଦାନୀରେ ରାଣୀଙ୍କ ରାଉଡି ଅବତାରକୁ ଦେଖି କିଛି ଶିଖିବାକୁ ଚେଷ୍ଟା କରିଥିଲେ । ଏପରିକି ଫିଲ୍ମର ଦୁଇଟି ପାର୍ଟକୁ ସେ ବାରମ୍ବାର ଦେଖିଥିଲେ । କରୋନା ପାଇଁ ବାୟୋ ବବଲ୍ରେ ଚାଲିଥିଲା ସୁଟିଂ । ତଥାପି ସେ ନିଜର ବେଷ୍ଟ ଦେଇ ମାତ୍ର ଗୋଟିଏ ଦିନରେ ସୁଟିଂ ସାରିଥିଲେ ।
କରୋନା ମହାମାରୀ ପରେ ସେ ପ୍ରଥମ ଥର ପାଇଁ ସୁଟିଂ ଫ୍ଲୋରକୁ ଓହ୍ଲାଇଥିଲେ । ସିରିଜର ଟାଇଟଲ ହାଇଜ୍ୟାକ ରହିଥିଲାବେଳେ ଆଜି ରାତି ୮ଟାରେ ଡେଲନାଜଙ୍କୁ ପୋଲିସ ଅଫିସର କିର୍ଦାରରେ ଦେଖିବାକୁ ମିଳିବ । ଆଶା କରାଯାଉଛି ତାଙ୍କର ଷ୍ଟ୍ରଙ୍ଗ କିର୍ଦାରକୁ ଦର୍ଶକ ନିଶ୍ଚିତ ଭାବେ ପସନ୍ଦ କରିବେ ।
Comments are closed.