Latest Odisha News

BREAKING NEWS

ସ୍ଥପତି ରଘୁନାଥ ମହପାତ୍ରଙ୍କ ସ୍ମୃତିରେ ବିଶାଳ ପ୍ରତିମୂର୍ତ୍ତି ଓ ସଂଗ୍ରହାଳୟ ଦାବି

ଭୁବନେଶ୍ୱର : ସରକାରୀ ଚାରୁ ଓ କରୁକଳା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ଭୁବନେଶ୍ୱରୀଆନ ଗ୍ରୁପ ଦ୍ୱାରା ଗୁଗୁଲ ମିଟ ମାଧ୍ୟମରେ ବିଶିଷ୍ଟ ସ୍ଥପତି ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ଏହି ସ୍ମୃତିସଭାରେ ବିକେ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଅଲେଖ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ସ୍ୱର୍ଗତଃ ମହାପାତ୍ରଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ସ୍ମୃତି ରକ୍ଷା କରି ଓଡ଼ିଶାରେ ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ଏକ ସ୍ମାରକୀ ସଂଗ୍ରହାଳୟ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପାଖରେ ଦାବି କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ଅନଲାଇନ ସଭାରେ ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଜଗଦୀଶ କାନୁନଗୋ ଏବଂ ପୂର୍ବତନ ସଚିବ ରବି ରଥ , ବର୍ତ୍ତମାନର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ , ନୂଆଦିଲ୍ଲୀର ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ସାଧାରଣ ନିର୍ଦ୍ଦେଶକ ଅଦ୍ବୈତ୍ୟ ଗଡ଼ନାୟକ, ବିଶିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା, ବିକେ ଆର୍ଟ କଲେଜର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମହାପାତ୍ର, ଧଉଳି ଆର୍ଟ କଲେଜର ଅଧ୍ୟକ୍ଷ ପଞ୍ଚାନନ ସାମଲ , ପୁରୀ ଆର୍ଟ କଲେଜର ଅଧ୍ୟକ୍ଷ ଦୁର୍ଗାମାଧବ କର, ଓଡ଼ିଶାର ବିଶିଷ୍ଠ ଚିତ୍ରଶିଳ୍ପୀ ଗୌରାଙ୍ଗ ବାରିକ, ପଞ୍ଚାନନ ସୁର, ଶିଳ୍ପୀ କେଶୁ ଦାସ, ପ୍ରଣବ ଅଖଣ୍ଡ, ସୁନାରାମ ସିଂ, ଅସିତ ପଟ୍ଟନାୟକ, ଆଶୁତୋଷ ପାଣିଗ୍ରାହୀ, ବିଜୟ ପ୍ରଧାନ, ଧର୍ମପଦ ବିଶ୍ବାଳ, ଧିରେନ୍ଦ୍ର କର ପ୍ରମୁଖ ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା ସହ ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା ତାଙ୍କର ଶୋକବାର୍ତ୍ତା ପ୍ରଦାନ କରିଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ସଭାକୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଚିତ୍ରଶିଳ୍ପୀ ରେବତୀକାନ୍ତ ମହାରଣା ଓ କଳାଶିକ୍ଷକ କୈଳାଶ ପୃଷ୍ଟି ପରିଚାଳନା କରିଥିବା ବେଳେ କିଟ୍ ବିଶ୍ବବିଦ୍ୟାଳୟର କଳା ଅଧିକାରୀ ଅଶୋକ ପଟ୍ଟନାୟକ ସମସ୍ତଙ୍କୁ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ଦେଇଥିଲେ ।

 

 

Leave A Reply

Your email address will not be published.