Latest Odisha News

BREAKING NEWS

ପରଲୋକରେ ସାହିତ୍ୟିକ ଘନଶ୍ୟାମ ଧଳ

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ଘନଶ୍ୟାମ ଧଳଙ୍କର ଭୁବନେଶ୍ୱରସ୍ଥିତ ବାସ ଭବନରେ ପରଲୋକ ଘଟିଛି। ଦୁଇମାସ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଲକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।

ସ୍ୱର୍ଗତଃ ଧଳ ବାଲେଶ୍ଵର ସ୍ବର୍ଗତ ଧଳ ବାଲେଶ୍ୱର ଫକୀରମୋହନ କଲେଜରୁ ସ୍ନାତକ ଶିକ୍ଷାଲାଭ ପରେ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ଏବଂ ଜିଲ୍ଲା ପଞ୍ଚାୟତ ଅଧିକାରୀ ଭାବେ ଅବସର ଗ୍ରହଣ କରିଥିଲେ।

ସ୍ୱର୍ଗତଃ ଧଳ ଆଜୀବନ ସାହିତ୍ୟ , ସଂସ୍କୃତି ଓ ସମାଜ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିଥିଲେ। ତାଙ୍କର  ସାହିତ୍ୟ କୃତି ମଧ୍ୟରେ ହେମବତୀ ବିଳାସ, ସନ୍ଧ୍ୟାବାଳୀ, ପାଷାଣ ତୁ କହ କଥା, କୋଣାର୍କ କନ୍ୟା, କାବ୍ୟ ଗ୍ରନ୍ଥ ନାମରେ ପ୍ରକାଶିତ ହୋଇଛି। ଗଳ୍ପ ସଙ୍କଳନ ପୁରାଣ କଥା ଓ କାହାଣୀ ବରଞ୍ଚ ଅନ୍ଧାର ଏବଂ ପ୍ରବନ୍ଧ ଓଡ଼ିଆ ସାହିତ୍ୟ ସଂସ୍କୃତି ଓ ସମାଜ ରାମାୟଣ କଥା ପ୍ରକାଶିତ। ସେହିପରି ଇଂରାଜୀ ଭାଷାରେ ଫୋକ ଡ଼୍ୟାନ୍ସ ଅଫ ଓଡିଶା ଏବଂ ଟ୍ରୁ ଥ୍ରୀଲିଙ୍ଗ ଷ୍ଟୋରିଜ ଇତ୍ୟାଦି ପ୍ରକାଶିତ। ତାଙ୍କ ପ୍ରକାଶିତ ସମସ୍ତ ୧୮ଟି ପୁସ୍ତକକୁ ନେଇ ଘନଶ୍ୟାମ-ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି। ସାରସ୍ୱତ ସାଧନାରେ ସର୍ବଦା ନିଜକୁ ବ୍ୟସ୍ତ ରଖୁଥିବା ସ୍ୱର୍ଗତଃ ଧଳ ଚାନ୍ଦବାଲି ସାହିତ୍ୟ ସଂସଦର ପ୍ରତିଷ୍ଠାତା ଥିଲେ ।

ତାଙ୍କର ଅନବଦ୍ୟ ସାଧନା ପାଇଁ ସେ ଓଡିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲେ।ଏହା ବ୍ୟତୀତ ଉତ୍କଳ ସାହିତ୍ୟ କଳାପରିଷଦ, ଓଡିଶା ସାହିତ୍ୟ ପୂଜା ସଂସଦ, କଳିଙ୍ଗ ସାହିତ୍ୟ ସଂସ୍କୃତି ପରିଷଦ, ଭାଗ୍ୟଲିପି ଏବଂ ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ମଧ୍ୟ ପୁରସ୍କୃତ ହୋଇଛନ୍ତି।

ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର କରାଯାଇଥିଲା।

 

Leave A Reply

Your email address will not be published.