Latest Odisha News

BREAKING NEWS

ବାଇ-ଲ ପ୍ରତ୍ୟାହାର ଦାବି: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ଭୁବନେଶ୍ଵର : ଦିନକୁ ଦିନ ତେଜିବାରେ ଲାଗିଛି ଜାତୀୟ ସ୍ମାରକୀ ପ୍ରାଧୀକରଣର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବାଇ-ଲ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି । ବାଇ ଲ’କୁ ବିରୋଧ କରି ଆସନ୍ତା ୧୬ ତାରିଖରେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ସେବାୟତ ।

ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ର ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସହ ସଂପର୍କ ଥିବା ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ବର ମନ୍ଦିରରେ ବାଇ-ଲ କୁ ପ୍ରତ୍ୟାହାର କରାଯାଉ ବୋଲି ବିଜେଡି ସାଂସଦଙ୍କ ପ୍ରତିନିଧ ଦଳ ଦାବି କରିଛନ୍ତି । ଏନେଇ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ଅନୁଭବ ମହାନ୍ତି ପ୍ରମ୍ମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି । ସେପଟେ ବାଇ-ଲ ଲାଗୁ ହେଲେ ସେବାୟତ ପରିବାର ପ୍ରଭାବିତ ହେବା ଆଶଙ୍କା କରିଛନ୍ତି ସେବାୟତ ।

ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ବର ମନ୍ଦିରର ସଂପର୍କ ଲିଙ୍ଗରାଜ ମନ୍ଦିର ସହ ରହିଛି । ଏହି ଦୁଇ ମନ୍ଦିର ମଧ୍ୟ ଲିଙ୍ଗରାଜ ମନ୍ଦିର ନିକଟରେ ରହିଛି । ତେଣୁ ଏଠାରେ ବାଇ-ଲ ଲାଗୁ ହେଲେ ରାଜ୍ୟ ସରକାର ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ପ୍ରଭାବିତ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.