Latest Odisha News

BREAKING NEWS

ଦେଶରେ ପ୍ରଥମ ସିଏନଜି ଟ୍ରାକ୍ଟରର ଶୁଭାରମ୍ଭ

ନୂଆଦିଲ୍ଲୀ : ଦେଶରେ ଶୁଭାରମ୍ଭ ହେଲା ପ୍ରଥମ ସିଏନଜି ଟ୍ରାକ୍ଟର । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହି ସିଏନଜି ଟ୍ରାକ୍ଟରର ଶୁଭାରମ୍ଭ କରିଛନ୍ତି । ଏହି ସିଏନଜି ଟ୍ରାକ୍ଟର ବ୍ୟବହାର ଦ୍ବାରା ଚାଷୀମାନେ ବାର୍ଷିକ ୧.୫ ଲକ୍ଷ ଟଙ୍କା ସଞ୍ଚୟ କରିପାରିବେ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଟେକ୍ନୋଲୋଜି ଜରିଆରେ ପୁରୁଣା ଡିଜେଲ ଟ୍ରାକ୍ଟରକୁ ସିଏନଜିରେ ରୂପାନ୍ତରିତ କରାଯାଇଛି । ରୋମାଟ୍ ଟେକ୍ନୋ ସଲ୍ୟୁସନ ଏବଂ ଟୋମାସେଟ୍ ଆଚିଲେ, ଇଣ୍ଡିଆ କମ୍ପାନି ସହଯୋଗରେ ଏହି ଟେକ୍ନୋଲୋଜିକୁ ବିକିଶିତ କରାଯାଇଛି । ଏହା ଦ୍ବାରା ପୁରୁଣା ଡିଜେଲ ଟ୍ରାକ୍ଟର ସିଏନଜିରେ ରୂପାନ୍ତରିତ ହେବା ଫଳରେ ସ୍ବଚ୍ଛ ଇନ୍ଧନ ଦ୍ବାରା ପ୍ରଦୂଷଣ ହ୍ରାସ ପାଇବ । ଏହାସହ ଇଞ୍ଜିନରେ ରକ୍ଷଣାବେକ୍ଷଣ ଖର୍ଚ୍ଚ କମ ହେବ । ସିଏନଜି ଶସ୍ତା ହୋଇଥିବାରୁ ଚାଷୀମାନେ ଲାଭବାନ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓ୍ବେଷ୍ଟ ଟୁ ଓ୍ବେଲଥ୍ ଦୃଷ୍ଟିକୋଣରେ ବାୟୋ ସିଏନଜି ପାଇଁ ନଡ଼ା ବ୍ୟବହୃତ ହୋଇଥାଏ । ଫଳରେ ଏହାଦ୍ବାରା ଚାଷୀମାନେ ନଡ଼ାକୁ ସ୍ଥାନୀୟ ଅଞ୍ଚଳରେ ନଷ୍ଟ ନକରି ବିକ୍ରି କରି ଅଧିକ ଲାଭବାନ ହୋଇପାରିବେ । ତେଣୁ ସିଏନଜି ଉତ୍ପାଦନ ହେଉଥିବା ଅବଶିଷ୍ଟାଂଶକୁ ମଧ୍ୟ ବାୟୋ ସିଏନଜି ୟୁନିଟରେ ବିକ୍ରୟ କରିବାକୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.