Latest Odisha News

BREAKING NEWS

ରାଜ୍ୟରେ କୋଭିଡ୍ ଟିକା ନେଲେଣି ୪ ଲକ୍ଷ ୧୧ ହଜାର ୯୩୯ ଜଣ

ଭୁବନେଶ୍ୱର: ଜାନୁଆରୀ ୧୬ରୁ ରାଜ୍ୟରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୧୭୫ଟି ସାଇଟରେ ଟିକାକରଣ ହୋଇଥିବା ବେଳେ ୩୧ଟି ସ୍ଥାନରେ କୋଭାକ୍ସିନ୍ ଟିକା ଦିଆଯାଇଛି । ୧୧୧ଟି ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିରୁ ୨୦ଟିରେ କୋଭାକ୍ସିନ୍ ଟିକା ଦିଆଯାଇଛି । ସେହିଭଳି ୬୪ଟି ସ୍ଥାନରେ ଆଗଧାଡ଼ିର କର୍ମଚାରୀଙ୍କୁ ଟିକା ଦିଆଯାଇଥିବା ବେଳେ ୧୧ଟିରେ କୋଭାକ୍ସିନ୍ ଦିଆଯାଇଥିବା ସୂଚନା ମିଳିଛି ।

ଆଜି ୧୨ ହଜାର ୨୬୯ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ୫ ହଜାର ୮୩୮ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଥିବାବେଳେ ୬ ହଜାର ୪୩୧ ଜଣ ହେଉଛନ୍ତି ଆଗଧାଡ଼ିର କର୍ମଚାରୀ । ଆଜି ଟିକା ନେଇଥିବା ୧୨ ହଜାର ୨୬୯ ଜଣଙ୍କ ମଧ୍ୟରୁ କାହାରି ଠାରେ ମଧ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନାହିଁ । ଆଜି ରାଜ୍ୟରେ ଲକ୍ଷ୍ୟର ୭୬.୭ ପ୍ରତିଶତ ଟିକାକରଣ ହୋଇଥିବା ବେଳେ ଭୁବନେଶ୍ୱରରେ ୫୯.୧ ପ୍ରତିଶତ ଟିକାକରଣ ହୋଇଛି ।

ଏଯାବତ୍ ରାଜ୍ୟରେ ୪ ଲକ୍ଷ ୧୧ ହଜାର ୯୩୯ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ରାଜ୍ୟରେ ୩ ଲକ୍ଷ ୩୮ ୭ ଶହ ସ୍ୱାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୨ ଲକ୍ଷ ୮୭ ହଜାର ୪୪୨ ଜଣ କୋଭିଡ୍ ଟିକା ନେଇଛନ୍ତି । ସେହିଭଳି ୨ ଲକ୍ଷ ୪ ହଜାର ୪୬୯ ଜଣ ଆଗଧାଡ଼ିର କର୍ମଚାରୀଙ୍କ ମଧ୍ୟରୁ ୧ ଲକ୍ଷକ୍ଷ ୧୨ ହଜାର ୪୯୭ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ୮୪.୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିବା ବେଳେ ୬୦.୯ ପ୍ରତିଶତ ଆଗଧାଡ଼ି କର୍ମଚାରୀ ଟିକା ନେଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.