Latest Odisha News

BREAKING NEWS

ଧର୍ମାନୁଷ୍ଠାନ ଖୋଲିବା ଦାବିରେ ବିଭିନ୍ନ ମନ୍ଦିର ସମ୍ମୁଖରେ ଘଣ୍ଟ ଘଣ୍ଟା ବଜାଇ ସେବାୟତଙ୍କ ପ୍ରତିବାଦ 

ପୁରୀ: ପୁରୀ ଜିଲ୍ଲା ତଥା ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ଏବଂ ସେବାୟତଙ୍କୁ କୋଭିଡ୍ ସହାୟତା ମିଳିବା ଦାବିରେ ପୁରୀ ଜଗନ୍ନାଥ ମନ୍ଦିର ସମେତ ଓଡ଼ିଶାର ବିଭିନ୍ନ ମନ୍ଦିର ସମ୍ମୁଖରେ ଓଡ଼ିଶା ମନ୍ଦିର ସେବାୟତ ସଂଘ ଡାକରାରେ ଘଣ୍ଟ, ଘଣ୍ଟି ବଜାଇ ସେବାୟତ ଓ ଧାର୍ମିକ ଅନୁଷ୍ଠାନ କର୍ମକର୍ତ୍ତା ମାନେ ପ୍ରତିବାଦ କରିଛନ୍ତି।

ସଙ୍ଘ ରାଜ୍ୟ ସମ୍ପାଦକ ପୁରୀ ଶ୍ରୀମନ୍ଦିର ସମୁଖରେ ଘଣ୍ଟ ବଜେଇ ପ୍ରତିବାଦ କରିଥିଲେ । କରୋନା କଟକଣା ଯୋଗୁ ଶ୍ରୀମନ୍ଦିର ସମେତ ଓଡିଶାର ଅନ୍ୟାନ୍ୟ ଦେବଦେବୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ଥିବାରୁ ସେବାୟତ ମାନେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ଓଡିଶାକୁ ଛାଡିଦେଲେ ଅନ୍ୟ ରାଜ୍ୟ ଗୁଡିକରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲା ଯାଇଥିବା ବେଳେ କେବଳ ରାଜ୍ୟ ସରକାର ରାଜ୍ୟରେ କୌଣସି ମନ୍ଦିର ଖୋଲିବାକୁ ଅନୁମତି ଦେଉ ନାହାନ୍ତି।

ସେବାୟତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ମନ୍ଦିର ଖୋଲିବାକୁ ସଙ୍ଘ ପକ୍ଷରୁ ଦାବି ହୋଇଛି ।

Comments are closed.