Latest Odisha News

[ଭିଡ଼ିଓ] ସରକାରୀ ଖଟକୁ ବେସରକାରୀ କୁକୁର !

ଅନୁଗୁଳ: ମଣ୍ଡାପାଳ ସବ୍‌-ଡିଭିଜିନାଲ ହସ୍ପିଟାଲର ଦୃଶ୍ୟ । ଖାଲି ଅଛି ବେଡ୍ ହେଲେ ରୋଗୀ ନାହିଁ । ବାହ୍ୟରୋଗୀ ବିଭାଗରେ ପଡିଛି ଚିକ୍କଣିଆ ଚୌକି ହେଲେ ଡାକ୍ତରଙ୍କ ଦର୍ଶନ ନାହିଁ । ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ବେଡ୍‌ରେ ଶୋଇଛନ୍ତି ବାରବୁଲା କୁକୁର ।

ତେବେ ପରିତ୍ୟକ୍ତ ଗୃହ ନୁହେଁ ବରଂ ସବୁଠୁ ଅଧିକ ରୋଗୀ ତଥା ହସ୍ପିଟାଲ୍ କର୍ମଚାରୀ ଚଳପ୍ରଚଳ କରୁଥିବା ସ୍ଥାନ ଓପିଡିରେ ନିଦ୍ୱର୍ନ୍ଦରେ ଶୋଇଛନ୍ତି ବାରବୁଲା କୁକୁର । ସତରେ ଯେମିତି ମଣିଷଙ୍କ ପାଇଁ ଉଦ୍ଧିଷ୍ଟ ଥିବା ଏହି ହସ୍ପିଟାଲ ପଶୁ ଡାକ୍ତରଖାନା ପାଲଟିଛି । ତେବେ କଥା ଏତିକିରେ ସରିନି । ହସ୍ପିଟାଲର ସବୁଠୁ ଗହଳିପୁର୍ଣ୍ଣ ଓପିଡି କକ୍ଷରେ ସୁରକ୍ଷାକର୍ମୀ କି ଡାକ୍ତରଙ୍କର ଦେଖାଦର୍ଶନ ନାହିଁ । ତେବେ ଏଭଳି ଲଜ୍ଜାଜନକ ଘଟଣା ପାଇଁ ଦାୟି କିଏ ?

Leave A Reply

Your email address will not be published.