Latest Odisha News

ପଞ୍ଚାୟତର ସରପଞ୍ଚ ପଦବୀରେ ତଫସିଲଭୁକ୍ତ ଜନଜାତିଙ୍କ ସଂରକ୍ଷଣ ନେଇ ଦାବି

ଯାଜପୁର: ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରାଯାଇଛି। ଯାଜପୁର ଜିଲ୍ଲା କୋରେଇ ବ୍ଲକ ଜହ୍ନା ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ତଫସିଲଭୁକ୍ତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ମାତ୍ର କେତେକ ବ୍ୟକ୍ତି ଏହାକୁ ବିରୋଧ କରି ଏହାକୁ ସାଧାରଣ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବା ପାଇଁ ଉଦ୍ୟମ କରୁଛନ୍ତି।

ଯାହାକୁ ବିରୋଧ କରି ଗ୍ରାମବାସୀ ଯାଜପୁର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସରକାରଙ୍କ ପକ୍ଷରୁ ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ଏହି ନିଷ୍ପତିର ପରିବର୍ତ୍ତନ ହେଲେ ତପଂସିଲଭୁକ୍ତ ଉପଜାତିର ଲୋକେ ନିର୍ବାଚିତ ହେବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି।

Comments are closed.