Latest Odisha News

BREAKING NEWS

ନିଅନ୍ତୁ କୋଭିଡ୍ ଭାକ୍ସିନ୍‌, ଜିତନ୍ତୁ ଟିଭି ଓ ମୋବାଇଲ୍ ଫୋନ୍‌

ଓଡିଶା ସମ୍ବାଦ ବ୍ୟୁରୋ: ଏଥର କୋଭିଡ୍ ଟୀକା ନେଲେ ପୁରସ୍କାର ସ୍ୱରୂପ ମିଳିବ ଟିଭି, ମୋବାଇଲ୍ କିମ୍ବା ବ୍ଲାଙ୍କେଟ୍ । ଏଥିପାଇଁ ଏକ ଲକି ବମ୍ପର୍ ଡ୍ରରେ ଭାଗ ନେବାକୁ ପଡିବ ।

ମଣିପୁରର ପଶ୍ଚିମ୍ ଇମ୍ଫାଲ୍ ଜିଲ୍ଲାରେ ରହୁଥିବା ଲୋକଙ୍କୁ ଏଭଳି ଲୋଭନୀୟ ଅଫର ମିଳିଛି । ଏଥିପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ ତରଫରୁ ଚଳିତମାସ ୨୪, ୩୧ ଓ ନଭେମ୍ବର ମାସ ୭ ତାରିଖରେ ତିନୋଟି ମେଗା ଭାକ୍ସିନେସନ୍ କ୍ୟାମ୍ପର ଆୟୋଜନ କରାଯିବ ।

ଏହି ତିନୋଟି ମେଗା ଭାକ୍ସିନେସନ୍ କ୍ୟାମ୍ପରେ ଟୀକା ନେଇଥିବା ବ୍ୟକ୍ତି ବିଶେଷମାନେ ଲକି ବମ୍ପର୍ ଡ୍ରରେ ଭାଗ ନେଇପାରିବେ ବୋଲି ପଶ୍ଚିମ ଇମ୍ଫାଲ୍ ଜିଲ୍ଲାର ଡେପୁଟି କମିଶନର କିରନ କୁମାର ପ୍ରକାଶ କରିଛନ୍ତି । ପ୍ରଥମ ପୁରସ୍କାର ଭାବେ ଟିଭି, ଦ୍ୱିତୀୟ ସ୍ଥାନରେ ଥିବା ବିଜେତାଙ୍କୁ ମୋବାଇଲ୍ ଫୋନ ଓ ତୃତୀୟ ପୁରସ୍କାର ଭାବେ ବ୍ଲାଙ୍କେଟ ରହିଛି ।

ମଣିପୁର ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ ବାହାରିଛନ୍ତି । ମଣିପୁରରେ କୋଭିଡ୍ ମୃତକଙ୍କ ସଂଖ୍ୟା ୧୮୯୫କୁ ପହଂଚିଥିଲଣେବଳେ ଗତକାଲି ଦୁଇଜଣଙ୍କର ମୃତ୍ୟୁ ଘଟିଛି । କୋଭିଡ୍ ଟୀକା ନେବା ଲାଗି ଲୋକଙ୍କୁ ପ୍ରୋତ୍ସାହନ କରିବା ଲାଗି ସ୍ଥାନୀୟ ପ୍ରଶାସାନ ପୁରସ୍କାର ଜନିତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.