Latest Odisha News

BREAKING NEWS

ମାଲକାନଗିରିରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୭ ମୃତ

ଭୁବନେଶ୍ୱର: ମାଡୁଛି କରୋନା । ରାଜ୍ୟରେ ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ ।  ଏମାନଙ୍କ ଭିତରେ ଛଅ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ମାଲକାନଗିରି ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ୫୧ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ତାଙ୍କର ଉଚ୍ଚ ରକ୍ତଚାପ ଥିଲା ।

ଗଞ୍ଜାମ ଜିଲ୍ଲାରୁ ଆଉ ତିନି ଜଣଙ୍କର ଜୀବନ ନେଇଛି କରୋନା । ସେହିପରି କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଭୂତାଣୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଭୁବନେଶ୍ୱରରୁ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୪୭ରେ ପହଞ୍ଚିଛି ।

ମୃତକଙ୍କ ସମ୍ପର୍କରେ ସୂଚନା
– ଗଞ୍ଜାମ ଜିଲ୍ଲାର ୫୧ ବର୍ଷୀୟ ମହିଳା
– ଗଞ୍ଜାମ ଜିଲ୍ଲାର ୫୮ ଓ ୫୫ ବର୍ଷୀୟ ଦୁଇ ପୁରୁଷ ଆକ୍ରାନ୍ତ
– ସୁନ୍ଦରଗଡ଼ ଜିଲ୍ଲାର ୬୩ ବର୍ଷୀୟ ପୁରୁଷ
– କଟକ ଜିଲ୍ଲାର ୬୬ ବର୍ଷୀୟ ବୃଦ୍ଧ
– ଭୁବନେଶ୍ୱରର ୪୫ ବର୍ଷୀୟ ବ୍ୟକ୍ତି

ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୮୨କୁ ବୃଦ୍ଧି ପାଇଥିବା ବେଳେ କଟକରେ ୧୦, ଖୋର୍ଦ୍ଧା ଜିଲ୍ଲାରେ କରୋନା ନେଲାଣି ୧୮ ଜୀବନ । ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ନୂଆ ମୃତ୍ୟୁକୁ ମିଶାଇ ମୋଟ୍ ୬ ଆକ୍ରାନ୍ତଙ୍କ ପ୍ରାଣ ନେଇଛି ମାରାତ୍ମକ ଭାଇରସ୍ ।

Leave A Reply

Your email address will not be published.