Latest Odisha News

ଗଜପତି ଜିଲ୍ଲାରେ ହଜାରେ ଟପିଲା କୋଭିଡ୍ ପଜିଟିଭ୍ କେସ୍

ଗଜପତି: ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୩ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର କରିଛି । କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୫୬କୁ ବୃଦ୍ଧି ପାଇଛି ।

ଗଜପତି ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି ୪୨୦ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୨୭ ଜଣ । ୯ ଜଣଙ୍କର କରୋନାରେ ଜୀବନ ଯାଇଛି ।

ଗତ ମେ ୨୨ ତାରିଖରେ ଜିଲ୍ଲାରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ତାପରଠୁ କ୍ରମାଗତ ଭାବରେ ବଢ଼ି ଚାଲିଛି ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା । ଜୁଲାଇ ୨୪ ତାରିଖରେ ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୯୦ ପଜିଟିଭ୍ କେସ୍ ବାହାରିଥିଲା ।

Leave A Reply

Your email address will not be published.