Latest Odisha News

BREAKING NEWS

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଯାଉଛି ଜୀବନ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ । ଗଞ୍ଜାମ ଜିଲ୍ଲାରୁ ପାଞ୍ଚ ଓ ଗଜପତି ଜିଲ୍ଲାରେ ଆଉ ଜଣେ ଭୂତାଣୁ ସଂକ୍ରମିତଙ୍କ ଜୀବନ ଯାଇଛି । ମୃତକଙ୍କ ଭିତରେ ପାଞ୍ଚ ଜଣ ପୁରୁଷ ଓ ଜଣେ ମହିଳା ।

ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧ, ୪୨ ବର୍ଷୀୟ ବ୍ୟକ୍ତି କୋରନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କର ଡାଏବେଟିସ ଥିଲା । ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ତାଙ୍କର ଉଚ୍ଚ ରକ୍ତଚାପ ଓ ଡାଏବେଟିସ୍ ଥିଲା । ଏମାନଙ୍କ ବ୍ୟତୀତ ଜଣେ ୫୪ ବର୍ଷୀୟ ଓ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ନେଇଛି କରୋନା ।
ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତ ଜଣେ ୫୫ ବର୍ଷ ବୟସ୍କ ମହିଳା ପ୍ରାଣ ହରାଇଛନ୍ତି । ତାଙ୍କର ଡାଏବେଟିସ୍ ରୋଗ ଥିଲା । ଏହାକୁ ମିଶାଇ ଗଜପତି ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି ।

ଗଞ୍ଜାମ ଜିଲ୍ଲାରେ ଭୂତାଣୁ ସଂକ୍ରମିତ ହୋଇ ମୃତ୍ୟୁବରଣ କଲେଣି ୫୯ ଜଣ । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୭କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.