Latest Odisha News

BREAKING NEWS

ଯାଜପୁର ଜିଲ୍ଲାରେ ହଜାରେ ଟପିଲା କରୋନା ପଜିଟିଭ୍ କେସ୍

ଯାଜପୁର: ଜିଲ୍ଲାରେ ବଢୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଆଉ ୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଟପିଛି । ଆଜି ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୨୧କୁ ବୃଦ୍ଧି ପାଇଛି ।

ଯାଜପୁର ଜିଲ୍ଲାରେ ସୁସ୍ଥ ହୋଇ କୋଭିଡ୍ ହସ୍ପିଟାଲରୁ ଫେରିଛନ୍ତି ୮୧୯ ଆକ୍ରାନ୍ତ । ବର୍ତ୍ତମାନ ଆକ୍ଟିଭ୍ କେସ ରହିଛି ୨୦୦ । ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଯାଜପୁର ଜିଲ୍ଲାରେ ଏପ୍ରିଲ ୩ ତାରିଖରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଲକଡାଉନ୍ ପରେ ପଶ୍ଚିମବଙ୍ଗରୁ ଜିଲ୍ଲାକୁ ଲୋକ ଫେରିବା ପରେ ହଠାତ୍ ବଢ଼ିଥିଲା ସଂକ୍ରମଣ । ଜୁଲାଇ ୧୧ ତାରିଖରେ ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୯୭ ପଜିଟିଭ୍ କେସ୍ ବାହାରିଥିଲା ।

Leave A Reply

Your email address will not be published.