Latest Odisha News

BREAKING NEWS

ଡେଙ୍ଗୁ ହଟସ୍ପଟ ପାଲଟିବ କି ପ୍ରିୟଦର୍ଶିନୀ ମାର୍କେଟ ! ୧୫ ବ୍ୟବସାୟୀ ଆକ୍ରାନ୍ତ, ୨ ମୃତ

ଭୁବନେଶ୍ବର: ରାଜଧାନୀରେ ବ୍ୟାପୁଛି ଡ଼େଙ୍ଗୁ ଆଉ ଯାଉଛି ଜୀବନ । ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ ଡ଼େଙ୍ଗୁର ହଟସ୍ପଟ ପାଲଟିପାରେ ବୋଲି ଆଶଙ୍କା କରାଯାଉଛି । ଗତ ୧୫ ଦିନରେ ୧୫ ଜଣ ବ୍ୟବସାୟୀ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଥିବାବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ଏଥିପାଇଁ ବିଏମସି ଓ ବିଡ଼ିଏକୁ ସିଧାସଳଖ ଦାୟୀ କରିଛନ୍ତି ପ୍ରିୟଦର୍ଶିନୀ ମାର୍କେଟ ବ୍ୟବସାୟୀ ସଂଘର ସଭାପତି ଶରତ ରାଉତ । ବର୍ଷା ଦିନ ଆରମ୍ଭରୁ ମାର୍କେଟର ରାସ୍ତାକୁ ଯେଉଁଭଳି ଖୋଳି ପକାଇ ଦିଆଯାଇଛି,  ତାହା ଡ଼େଙ୍ଗୁ ବୃଦ୍ଧିର କାରଣ ପାଲଟିଛି  । କମ୍ପେକ୍ସରେ ପୂର୍ବରୁ ଥିବା ଶୈାଚାଳୟକୁ ନବୀକରଣ କରାଯିବ କହି ବିଏମସି ଏହାକୁ ଭାଙ୍ଗିଦେଇଛି ।

ନୂତନ ଶୌଚାଳୟ ନିର୍ମାଣ ନହେବାରୁ ଏହା ଆବର୍ଜନାର ଗନ୍ତାଘର ପାଲଟିଥିବା ବ୍ୟବସାୟୀମାନେ କହିଛନ୍ତି । ତୁରନ୍ତ ଏହାର ନିରାକରଣ ଦିଗରେ ପଦକ୍ଷେପ ନିଆଯାଉ ନହେଲେ ଆହୁରି ବିପଦଜନକ ହେବ ବୋଲି ଆଶଙ୍କା କରାଯାଉଛି । ସେପଟେ ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଲୋଚନା ଦାସ । କହିଛନ୍ତି ରାଜଧାନୀରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଛି , ଏଥିପାଇଁ କେବଳ ବିଏମସିକୁ ଦୋଷ ଦେଲେ ହେବ ନାହିଁ । ବରଂ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ନିଜ ଆଖପାଖକୁ ପରିଷ୍କାର ରଖିଲେ ଆମେମାନେ ଡ଼େଙ୍ଗୁରୁ ରକ୍ଷା ପାଇପାରିବା ।

Comments are closed.