Latest Odisha News

BREAKING NEWS

ପରିଚୟ ହଜାଉଛି ପାହାଡ଼ି ସିତାଫଳ, ଉଚିତ ମୂଲ୍ୟ ପାଉନଥିବାରୁ ହତାଶ ହେଉଛନ୍ତି ଆଦିବାସୀ

ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହେଉଛି । ବଡ ବଡ ସହରରେ ଏହି ପାହାଡି ଫଳର ନାହିଁ ନଥିବା ଚାହିଦା ରହିଥିବା ବେଳେ ନିଜ ଅଞ୍ଚଳରେ ପରିଚୟ ହଜାଇଛି ।

ରାୟଗଡା: ବଡ ବଡ ସହରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ରାୟଗଡାର ପାହାଡି ସୀତାଫଳ । କଲିକତା, ବିଶାଖାପାଟଣା, ବେଙ୍ଗାଲୁରୁ ଓ ଚେନ୍ନାଇ ଭଳି ବଡ ବଡ ସହରରେ ଏହି ସୁସ୍ବାଦ ଫଳରୁ ଖୁବ୍ ଚାହିଦା ରହିଛି । ପ୍ରତିବର୍ଷ ଏହିଠାରୁ କ୍ବିଣ୍ଟାର କ୍ବିଣ୍ଟାଲ ସୀତାଫଳ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନି ହେଉଛି । ବଡ ବଡ ସହରରେ ଏହି ପାହାଡି ଫଳର ନାହିଁ ନଥିବା ଚାହିଦା ରହିଥିବା ବେଳେ ନିଜ ଅଞ୍ଚଳରେ ପରିଚୟ ହଜାଇଛି । ସ୍ଥାନୀୟ ଲୋକେ ଖାଇବାକୁ ନା ଏହି ସୁସ୍ବାଦୁ ଫଳର ସ୍ବାଦ ଚାଖିପାରୁଛନ୍ତି ନା ବଣ ପାହାଡରୁ ସଂଗ୍ରହକରୁଥିବା ଆଦିବାସୀଟିଏ ଉଚିତ ମୂଲ୍ୟ ପାଉଛି । ବଜାର ସୁବିଧା ଅଭାବରୁ ଶାଗମାଛ ଦରରେ ଦଲାଲ ହାତକୁ ସୀତାଫଳ ଝୁଡି ଟେକି ଦେଉଛନ୍ତି ସୀତାଫଳ ସଂଗ୍ରହକାରୀ ।

BjdElectrycity

ଆଦିବାସୀ ଅଞ୍ଚଳ ରାୟଗଡାରୁ ଉତ୍ପାଦିତ ସୀତାଫଳର ଚାହିଦା ରାଜ୍ୟ ତଥା ରାଜ୍ୟ ବାହାରେ ଖୁବ୍ ଅଧିକ ରହିଛି । ଏହିସବୁ ଜିଲ୍ଲାରୁ ପ୍ରାୟ ୮୦ ଭାଗ ସୀତାଫଳ ରାଜ୍ୟ ବାହାରକୁ ବିକ୍ରି ହେଉଛି । ହେଲେ ଦୁଃଖର ବିଷୟ, ସ୍ଥାନୀୟ ଅଞ୍ଚଳରେ ଗୋଟାଏ ଝୁଡ଼ି ସିତାଫଳ ଦର ୧୦୦ ଟଙ୍କା ରହିଥିବା ବେଳେ ବଡ଼ ବଡ଼ ସହରରେ ଏହି ଫଳ କିଲୋପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି । ତେବେ ଏଠି ପ୍ରଶ୍ନ ଉଠୁଛି ଏ ତାରତମ୍ୟ କାହିଁକି । ଆବଶ୍ୟକୀୟ ବଜାର ନଥିବା ଯୋଗୁଁ ବାଧ୍ୟ ହୋଇ ଆଦିବାସୀମାନେ କମ୍ ଦାମରେ ଦଲାଲ ହାତକୁ ସୀତାଫଳ ଟେକି ଦେଉଛନ୍ତି । ଦଲାଲମାନେ ଶାଗମାଛ ମୂଲ୍ୟରେ ସେମାନଙ୍କ ଠାରୁ ଏହି ଫଳ କିଣି ବାହାରେ ହଜାର ହଜାର ଟଙ୍କା ବିକ୍ରି କହି ଲାଭାନ୍ବିତ ହେଉଛନ୍ତି ।

ଏନେଇ ୫୦ ବର୍ଷିୟ ମୋନଜ ଜିଲାକାରା ନାମକ ଜଣେ ସୀତାଫଳ ସଂଗ୍ରହକାରୀ କହିଛନ୍ତି, ଅନ୍ୟ ସ୍ଥାନରେ ଲୋକେ ସୀତାଫଳ ଗଛ ଲଗାଇ ଚାଷ କରୁଛନ୍ତି । ଏଠାରେ ଡଙ୍ଗର ପାହାଡରେ ଏହି ସୀତାଫଳ ଗଛ ଭରପୁର ହୋଇ ରହିଛି । ଏହିଠାରୁ ଫଳଗୁଡିକ ସଂଗ୍ରହକରି ରାୟଗଡା ସହରରେ ବିକ୍ରି କରୁଛି । ସୀତାଫଳ ଉତ୍ପାଦନ ପାଇଁ କୌଣସି ଖର୍ଚ୍ଚ କିମ୍ବା ପରିଶ୍ରମ କରିବାକୁ ପଡୁନାହିଁ । କେବଳ ଗଛରୁ ତୋଳି ଆଣି ଶାଗମାଛ ମୂଲ୍ୟରେ ବେପାରି ହାତରେ ବଢାଇ ଦେଉଛି । ତେବେ ବଜାର ବ୍ୟବସ୍ଥା ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ଅଭାବଯୋଗୁଁ ଆମ ସିତାଫଳର ଚାହିଦା ସ୍ଥାନୀୟ ଅଞ୍ଚଳ ଅପେକ୍ଷା ରାଜ୍ୟବାହାରେ ଅଧିକ ରହୁଛି ।  ସେହିଭଳି ଡାଙ୍ଗୋଲୋଡି ଗାଁର ବନ୍ଧୁ ହୁଇକା କହିଛନ୍ତି ଯେ, ବେପାରୀମାନେ ଝୁଡି ହିସାବରେ କିଣୁଥିବାବେଳେ ଗୋଟିଏ ଫଳ ୫ରୁ ୧୦ ଟଙ୍କାରେ ବିକୁଛୁ । ସ୍ଥାନୀୟ ବଜାରରେ ଏତେ ଦର ନଥିବା ଯୋଗୁଁ ଆମେ ବାଧ୍ୟ ହୋଇ କମ୍ ଦାମରେ ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବିକ୍ରି କରୁଛି । ସେପଟେ ଆମ ଅଭାବ ଅସୁବିଧା ସମୟରେ ସେହି ବେପାରୀମାନେ ଆର୍ଥିକ ସହାୟତା କରିଥାନ୍ତି ବୋଲି  କହିଛନ୍ତି ବନ୍ଧୁ  ହୁଇକା ।

ଉଦ୍ୟାନ ବିଭାଗର ଆକଳନ ଅନୁଯାୟୀ, ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ଗାଁ ଗଣ୍ଡାରୁ ଭାର ଭାର ସୀତାଫଳ ଆନ୍ଧ୍ର, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ ଓ ପଶ୍ଚିମବଙ୍ଗକୁ ବ୍ୟବସାୟୀମାନେ ଦଲାଲଙ୍କ ଜରିଆରେ କିଣି ନେଉଛନ୍ତି । ଏତେ ପରିମାଣରେ ବଳକା ସୀତାଫଳ ବାହାରକୁ ରପ୍ତାନି ହେଉଥିଲେ ହେଁ ସ୍ଥାନୀୟ ବାସିନ୍ଦା ଏହାର ସ୍ୱାଦ ଚାଖିପାରୁ ନାହାଁନ୍ତି । ସେପଟେ ଗରିବ ଆଦିବାସିଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ସାଙ୍ଗକୁ ସେମାନଙ୍କୁ ବଜାର ସଂଯୋଗୀକରଣ ପାଇଁ ଓରମାସ ଭଳି ସରକାରୀ ସଂସ୍ଥା ଜିଲ୍ଲାରେ କାର୍ଯ୍ୟ କରୁଛି । ହେଲେ ବିଭାଗୀୟ ଉଦାସନିତା ଯୋଗୁଁ ଏଯାଏଁ ସୀତାଫଳ ବ୍ୟବସାୟୀଙ୍କ ଆବଶ୍ୟକୀୟ ବଜାର ସୁବିଧା ମିଳିପାରି ନାହିଁ । ଗତ ବର୍ଷ ରାୟପୁର, ଭୁବନେଶ୍ୱର, କଲିକତାକୁ ଓରମାସ ସହାୟତାରେ  ରପ୍ତାନି ହୋଇଥିଲା ଏହି ଫଳ । ଚଳିତ ମାସ ଶେଷ ସୁଧା ଚାଷୀଙ୍କ ନିକଟରେ ପହଞ୍ଚି ଆନ୍ଧ୍ର , ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲି ଓ ପଶ୍ଚିମବଙ୍ଗକୁ ସିଧା ସଳଖ ଚାଷୀଙ୍କ ଠାରୁ କିଣି ପଠାଯିବ ବୋଲି କହିଛନ୍ତି ଓରମାସର ଡେପୁଟି ସିଓ ମୋନଜ ପାତ୍ର । ତେବେ ସିତାଫଳ ସଂଗ୍ରହ କାରି ଉଚିତ ଦର ପାଇବେ ନା ପୁଣି ତାଙ୍କୁ କଥା ଦେଇ ଠକିଦେବ ପ୍ରଶାସନ ତାହା ଏବେ ସମୟ ହିଁ  କହିବ ।

Leave A Reply

Your email address will not be published.