Latest Odisha News

ବିଜୟ ପାଇଁ ଭାରତକୁ ଆବଶ୍ୟକ ୫ ୱିକେଟ

ମୁମ୍ବାଇ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଦୃଢ଼ ସ୍ଥିତିରେ ରହିଛି । ୪ର୍ଥ ଦିବସରେ ବିଜୟ ପାଇଁ ଟିମ ଇଣ୍ଡିଆକୁ ଆଉ ୫ଟି ୱିକେଟ ଆବଶ୍ୟକ ଥିବା ବେଳେ ନ୍ୟୁଜିଲାଣ୍ଡ ୪୦୦ ରନ ଆବଶ୍ୟକ କରୁଛି । ପୂର୍ବରୁ ଭାରତର ପ୍ରଥମ ଇନିଂସ ସ୍କୋର ୩୨୫ ରନ ଜବାବରେ ନ୍ୟୁଜିଲାଣ୍ଡ ୬୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଭାରତ ଦ୍ୱିତୀୟ ଇନିଂସରେ ୭ ୱିକେଟ ହରାଇ ୨୭୬ ରନ କରିବା ପରେ ଇନିଂସ ଘୋଷଣା କରିଥିଲା ।

୫୩୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭ୍ରମଣକାରୀ ଦଳ ୫ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରିଛି । ଡାରେଲ ମିଚେଲ ସର୍ବାଧିକ ୬୦ ରନ କରିଛନ୍ତି । ହେନରୀ ନିକୋଲସ ୩୬ ଓ ରଚୀନ୍ଦ୍ର ରବୀନ୍ଦ୍ର ୨ ରନ କରି ଅପରାଜିତ ଅଛନ୍ତି । ରବିଚନ୍ଦ୍ରନ ଅଶ୍ୱୀନ ୩ଟି ଏବଂ ଅକ୍ଷର ପଟେଲ ଗୋଟିଏ ୱିକେଟ ହାସଲ କରିଛନ୍ତି ।

Leave A Reply

Your email address will not be published.