Latest Odisha News

BREAKING NEWS

କଟକ ଏସସିବିରେ ପୁଣି ଡ଼େଙ୍ଗୁ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

କଟକ: କଟକ ବଡ଼ ମେଡ଼ିକାଲରେ ଆଜି ପୁଣି ଜଣେ ଡ଼େଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଆଜି କଟକ ଏସସିବି ମେଡ଼ିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି ।

କଟକ ଜିଲ୍ଲାର ନରସିଂହପୁର ଅଞ୍ଚଳର ନୂଆପାଟଣା ଗ୍ରାମର ବିରଞ୍ଚି ମାହାନା ନାମକ ଜଣେ ବ୍ୟକ୍ତି ଡ଼େଙ୍ଗୁରେ ଆକ୍ରାନ୍ତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଗତ ୨୭ ତାରିଖରୁ ଚିକିତ୍ସିତ ହେଉଥିଲେ ।

ଏବେ ରାଜ୍ୟରେ ଡ଼େଙ୍ଗୁ ବ୍ୟାପିବାରେ ଲାଗିଛି । ଏବେ ଏଠାରେ ଡ଼େଙ୍ଗୁ ଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.