Latest Odisha News

BREAKING NEWS

ଦୂର ହେବ ସମସ୍ତ ଦୁଃଖ କଷ୍ଟ, ଯଦି ସୂର୍ଯ୍ୟାସ୍ତ ପରେ ନ ଦେବେ ଏ ସବୁ ବସ୍ତୁ

ଭୂବନେଶ୍ୱର : ଦରକାର ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଥାନ୍ତି । ଅର୍ଥାତ୍ ଆଜି ବି ହଠାତ୍ କିଛି ଜିନିଷର ଆବଶ୍ୟକତା ହେଲେ ଅନ୍ୟ ଜଣଙ୍କ ଠାରୁ ବା ବେଳେବେଳେ ପଡ଼ୋଶୀଙ୍କ ଠାରୁ ଆଣି କାମ ଚଳାଇ ଦିଆଯାଏ । ଏହିପରି ଭାବରେ ପଡ଼ୋଶୀଙ୍କୁ ସାହାଯ୍ୟ କରିବା ଆଳରେ ବହୁତ ଜିନିଷ ଦେବା-ନେବା ଜାରି ରହିଥାଏ । କିନ୍ତୁ ଏହି ଦେବା-ନେବା ମଧ୍ୟରେ ବି ବଢିଯାଇପାରେ ଆପଣଙ୍କ ଦୁଃଖ କଷ୍ଟ । ଏହି ଦେବା-ନେବା ସମୟକୁ ନେଇ ମଧ୍ୟ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ଓ ଅଶୁଭ ବିବେଚନା କରାଯାଇଥାଏ । ତେଣୁ ଜାଣନ୍ତୁ ସୂର୍ଯ୍ୟାସ୍ତ ପରେ କେଉଁ କେଉଁ ଜିନିଷ ଦେବା ଅନୁଚିତ୍ …

• ହଳଦୀ ଗୁରୁ ଗ୍ରହ ସହ ଜଡ଼ିତ । ଗୁରୁ ହେଉଛନ୍ତି ଭାଗ୍ୟର କାରକ । ତେଣୁ ସୂର୍ଯ୍ୟାସ୍ତ ପରେ ହଳଦୀ କୌଣସି ବାହାର ବ୍ୟକ୍ତିଙ୍କୁ ଦେଲେ ଗୁରୁ ଗ୍ରହ ଦୁର୍ବଳ ହେବା ସହ ଦୁର୍ଭାଗ୍ୟ ବଢ଼ିଯାଏ ।

• ସେହିଭଳି ସୂର୍ଯ୍ୟାସ୍ତ ପରେ କ୍ଷୀର କାହାକୁ ଦାନ କଲେ ଚନ୍ଦ୍ର ଓ ଶୁକ୍ର ଗ୍ରହ ଦୁର୍ବଳ ହୋଇଯାଆନ୍ତି । ଏହା ଅଶୁଭ ହେବା ସହ ମାନସିକ ଦୁଃଶ୍ଚିନ୍ତା ବଢ଼ାଇଥାଏ ।

• ବିଶ୍ୱାସ ରହିଛି ଯେ, ମହାଲକ୍ଷ୍ମୀ ସୂର୍ଯ୍ୟାସ୍ତ ସମୟରେ ପୃଥିବୀରେ ଭ୍ରମଣ କରନ୍ତି । ତେଣୁ ଏହା ମହାଲକ୍ଷ୍ମୀଙ୍କ ଆଗମନ ସମୟ, ଅର୍ଥାତ୍ ସୂର୍ଯ୍ୟାସ୍ତ ପରେ କାହାକୁ ବି ଘରୁ ଧନ ବା ଟଙ୍କା ଦେବା ଅଶୁଭ ।

• ରାତିରେ ଦହି ଖାଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । ତେଣୁ ରାତିରେ କାହାକୁ ଦହି ଖାଇବାକୁ ଦେଲେ ଦୋଷ ଲାଗେ । ତେଣୁ ସୂର୍ଯ୍ୟାସ୍ତ ପରେ ଦହି ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

• ଝାଡ଼ୁ ଅଳିଆ ସଫା କରେ, ଏହି କାରଣରୁ ଏହାକୁ ମହାଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ ।

ସୂର୍ଯ୍ୟାସ୍ତ ପରେ ମହାଲକ୍ଷ୍ମୀଙ୍କ ପ୍ରତୀକ ଝାଡ଼ୁ ମଧ୍ୟ କାହାକୁ ଦେଲେ ଘରର ସୁଖ-ଶାନ୍ତି ନଷ୍ଟ ହୁଏ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.