Latest Odisha News

BREAKING NEWS

କାଲି ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍

ନୂଆଦିଲ୍ଲୀ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସୂଚନା ଅନୁଯାୟୀ ପୁଟିନ୍ ଅକ୍ଟୋବର ୪ ଓ ୫ ତାରିଖ ଏହି ଦୁଇ ଦିନିଆ ଗସ୍ତରେ ଆସି ଭାରତ-ରୁଷ ମଧ୍ୟରେ ହେବାକୁ ଥିବା ୧୯ତମ ଶିଖର ସମ୍ମିଳନୀରେ ଯୋଗଦେବୋ ରୁଷ ରାଷ୍ଟ୍ରପତି ପୁଟିନ୍ ।

ଅନ୍ୟପକ୍ଷରେ ଦୀର୍ଘ ଦିନ ଧରି ଭାରତ ଓ ରୁଷ ମଧ୍ୟରେ ଏସ୍- ୪୦୦ ମିସାଇଲ ଚୁକ୍ତି ନେଇ କଥାବାର୍ତ୍ତା ଚାଲିଥିବା ବେଳେ ଏଥିରେ ମୋହର ବାଜିବାର ସମ୍ଭାବନା ରହିଛି । ଏପରିକି ଏହି ଶିଖର ସମ୍ମିଳନୀରେ ଭାରତ-ରୁଷ ମଧ୍ୟରେ ୫ ଆରବ ଡଲାରର ଚୁକ୍ତି ସ୍ୱାକ୍ଷର ସମ୍ଭାବନା ରହିଛି ।

ଏଠାରେ ସୂଚନାଯୋଗ୍ୟ ଭାରତ ଯଦି ଅନ୍ୟ କୌଣସି ରାଷ୍ଟ୍ର ଠାରୁ ପ୍ରତିରକ୍ଷା ସମ୍ପର୍କୀୟ ବୁଝାମଣା କରେ ତେବେ ଭାରତ ସହ ଟ୍ରମ୍ପ ପ୍ରଶାସନର କୂଟନୈତିକ ସମ୍ପର୍କ ବାଧାପ୍ରାପ୍ତ ହେବ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ ଚେତାବନୀ ଦେଇଛି । ତେଣୁ ଭାରତ ଓ ରୁଷ ମଧ୍ୟରେ ହେବାକୁ ଥିବା ଏହି ଏସ୍- ୪୦୦ ମିସାଇଲ ଚୁକ୍ତିର ଗୁରୁତ୍ୱ ବିଶ୍ୱ କୂଟନୀତିକୁ ପ୍ରଭାବିତ କରିବ ବୋଲି ବିଭିନ୍ନ ଦେଶର କୂଟନୀତିଜ୍ଞ ମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.