କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଜଣେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଯିବାରୁ କାର୍ଯ୍ୟାଳୟରେ ହଙ୍ଗାମା କରିବା ସହ ସହକର୍ମୀମାନଙ୍କୁ ଛୁରାମାଡ଼ କରିଛନ୍ତି। ଏହି ଆକ୍ରମଣରେ ପ୍ରାୟ ୪ ଜଣ ଆହତ ହୋଇଛନ୍ତି।
ଅଭିଯୁକ୍ତଙ୍କୁ ନ୍ୟୁଟାଉନ୍ ଅଞ୍ଚଳର କରିଗୋରୀ ଭବନ ସ୍ଥିତ ରାଜ୍ୟ ସରକାରୀ କର୍ମଚାରୀ ଅସିତ ସରକାର ଭାବରେ ଚିହ୍ନଟ କରାଯାଇଛି। ଅଭିଯୁକ୍ତ ଅସିତ ସରକାର ବୈଷୟିକ ଶିକ୍ଷା ବିଭାଗରେ କାର୍ଯ୍ୟ କରନ୍ତି। ଅଭିଯୁକ୍ତ ଜଣକ ହାତରେ ଛୁରୀ ଧରି ରାସ୍ତାରେ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆକ୍ରମଣକାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ, ଅସିତ ସରକାର କାର୍ଯ୍ୟାଳୟରେ ଛୁଟି ପାଇଁ ଆବେଦନ କରିଥିଲେ କିନ୍ତୁ ତାହା ଖାରଜ ହୋଇଯାଇଥିଲା। ଏହା ପରେ କୌଣସି କଥାକୁ ନେଇ ତାଙ୍କର ସହକର୍ମୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଯାହାପରେ ରାଗିଯାଇ ସରକାର କାର୍ଯ୍ୟାଳୟ ଭିତରେ ଏକ ଛୁରୀରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଫିସର ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଘଟଣାରେ ଆହତ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସର ଜେରା ସମୟରେ ସେ କହିଛନ୍ତି ଯେ ଅଫିସ୍ ସହକର୍ମୀମାନେ ତାଙ୍କ ବାପାଙ୍କ ବିଷୟରେ ଖରାପ ମନ୍ତବ୍ୟ ଦେଇଥିଲେ। ଯାହା ଫଳରେ ସେ ରାଗିଯାଇ ଏଭଳି କାଣ୍ଡ ଭିଆଇଥିଲେ। ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି।
Comments are closed.