Latest Odisha News

BREAKING NEWS

ଟିକେଟ୍ ନମିଳିବାରୁ ବିଜେପିରୁ ଇସ୍ତଫା ଦେଲେ ମିନକେତନ ଅମାତ୍

ଅନୁଗୁଳ : ବିଜେପିର ବରିଷ୍ଠ ନେତା ତଥା ଅନୁଗୁଳ ବିଧାନସଭା ଆସନରୁ ୨ଥର ନିର୍ବାଚନ ଲଢି ଅସଫଳ ହୋଇଥିବା ମିନକେତନ ଅମାତ୍ ସୋମବାର ଦିନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଶ୍ରୀଯୁକ୍ତ ଅମାତ୍ ନିଜ ଇସ୍ତଫା ପତ୍ର ଦଳର ପ୍ରଦେଶ ସଭାପତି ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଛନ୍ତି। ଆହୁରି ମଧ୍ୟ ଦଳ ତାଙ୍କୁ ଅଣଦେଖା କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଦଳ ମୋତେ ଟିକେଟ୍ ନଦେବାରୁ ମୁଁ ଖୁବ୍ ମର୍ମାହତ ଏବଂ ସେହି କାରଣରୁ ମୁଁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛି ବୋଲି ସେ ପ୍ରଦାନ କରିଥିବା ଉକ୍ତ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀଯୁକ୍ତ ଅମାତ୍ ୨୦୦୯ ଓ ୨୦୧୪ରେ ଅନୁଗୁଳ ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ।

Leave A Reply

Your email address will not be published.