Latest Odisha News

BREAKING NEWS

ଶୀତ ନାହିଁ, ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ନୂଆବର୍ଷରେ ବି ଶୀତ ନାହିଁ । ସାମୁଦ୍ରିକ ବାୟୁର ପ୍ରଭାବରେ ବାୟୁ ମଣ୍ଡଳରେ ଜଳୀୟ ବାଷ୍ପର ପରିମାଣ ବୃଦ୍ଧି ପାଇଛି । ଗୁରୁଚାପ ବଳୟ ସକ୍ରିୟ ଯୋଗୁ ବାୟୁ ମଣ୍ଡଳର ସ୍ଥିରତ ବୃଦ୍ଧି ପାଇଥିବାରୁ ରାତି ତାପମାତ୍ରା ବଢ଼ିଛି । ଫଳରେ ଶୀତ କମିଥିବା ବେଳେ କିଛି ଅଞ୍ଚଳରେ ଆଗାମୀ ୨ ଦିନ ଯାଏ ଘନ କୁହୁଡ଼ି ଦୃଶ୍ୟମାନ ହେବ ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ୨ ତାରିଖରେ କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, କନ୍ଧମାଳ, ଗଜପତି, ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ସ୍ୱଳ୍ପରୁ ମଧ୍ୟମ କୁହୁଡ଼ି ୧୯ ଜିଲ୍ଲାରେ ଦେଖା ଦେଇ ପାରେ ।

୩ ତାରିଖରେ ଘନ କୁହୁଡ଼ି ନେଇ ଅନୁଗୁଳ, ଢେଙ୍କାନାଳ, କଟକ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବୌଦ୍ଧ ଓ ସୋନପୁର ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଦେଇଛି । ୧୨ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖା ଯାଇପାରେ । ଏବେ ପାଗ ଶୁଖିଲା ରହିଥିବା ବେଳେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୪ରୁ ୫ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିବ ।

Leave A Reply

Your email address will not be published.