Latest Odisha News

BREAKING NEWS

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ ପଡ଼ିବା ସହ ଅନ୍ୟକୁ ବିପଦରେ ପକାଇଥାନ୍ତି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳ ଓ ଏସଡିପିଓ ନୂଆବର୍ଷକୁ ଭିନ୍ନ ଢଙ୍ଗରେ ପାଳିଛନ୍ତି । ନୂଆବର୍ଷରେ ଲୋକଙ୍କୁ ଫୁଲ ଓ ଟକୋଲେଟ୍ ଦେଇ ସଡ଼କ ସୁରକ୍ଷା ଉପରେ ସଚେତନ କରାଇଛନ୍ତି । ନୂତନ ବର୍ଷର ସକାଳୁ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ଓ ଏସଡିପିଓ ରଞ୍ଜନ କୁମାର ଦେଙ୍କ ସହ ଅନ୍ୟ କର୍ମଚାରୀ ସଚେତନତା ଲାଗି ବାହାରିଥିଲେ ।

ରାସ୍ତାରେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଓ ସିଟ୍ ବେଲ୍ଟ ପିନ୍ଧି ନଥିବା ଗାଡ଼ି ଚାଳକଙ୍କୁ ଫୁଲ ଓ ଚକୋଲେଟ୍ ଦେଇଥିଲେ । ଫାଇନ୍ ନ କାଟି ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧିବାକୁ କହିଥିଲେ । ଉପଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ ।

Leave A Reply

Your email address will not be published.