Latest Odisha News

ମାର୍ଚ୍ଚରେ ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ ଘୋଷଣା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ସହିତ ଲୋକସଭା ନିର୍ବାଚନ ତାରିଖ ଆସନ୍ତା ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନ ଘୋଷଣା କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।

୧ – ଭାରତର କେତୋଟି ରାଜ୍ୟ ଯଥା – ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ନିର୍ବାଚନ ଲୋକସଭା ନିର୍ବାଚନ ସହିତ ଅନୁଷ୍ଠିତ ହେବ ।

୨ – ଗଣମାଧ୍ୟମ ଏଜେନ୍ସି ଏଏନଆଇ ସୂତ୍ରରୁ ସୂଚନା ମିଳିଛି ଯେ, ସାଧାରଣ ନିର୍ବାଚନ ୬ ରୁ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବା ସହିତ ସମସ୍ତ ନିର୍ବାଚନ ପଦ୍ଧତି ମେ ମାସ ସୁଦ୍ଧା ସମାପ୍ତ ହେବ । ଗତ ୨୦୧୪ ସାଧାରଣ ନିର୍ବାଚନ ୯ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ବେଳେ ନୂଆ ସରକାର ମେ ମାସ ୨୬ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

୩ – କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସଂସଦରେ ପୂର୍ବରୁ ସୂଚନା ଦେଇ କହିଛନ୍ତି, ଯଦି ନିର୍ବାଚନ କମିଶନ ଯଦି ଏହି ପ୍ରସ୍ତାବରେ ରାଜି ହେବେ ତେବେ ଜାମ୍ମୁ ଓ କାଶ୍ମୀରର ନିର୍ବାଚନ ମଧ୍ୟ ଏକା ସଙ୍ଗରେ ହେବା ଆବଶ୍ୟକ ।

୪ – ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିର୍ବାଚନ କମିଶନ ଏକାସହିତ ଲୋକସଭା ଏବଂ ବିଭିନ୍ନ ରାଜ୍ୟର ବିଧାନସଭା ମତଦାନ ଏକସମୟରେ କରିବାର ସମ୍ଭାବନା ରହିଛି ।

୫ – ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସଙ୍ଗେ ସଙ୍ଗେ ନିର୍ବାଚନ ଆଚରଣ ବିଧି ମଧ୍ୟ ତୁରନ୍ତ ଘୋଷଣା ହେବାର ସମ୍ଭାବନା ରହିଛି । ନିର୍ବାଚନ କମିଶନ କିନ୍ତୁ ଜାନୁଆରି ୩୧ ତାରିଖ ପୂର୍ବରୁ ସମସ୍ତ ନିର୍ବାଚନ ପରିଚୟ ପତ୍ର ସଂଶୋଧନ କରିବାକୁ ସମସ୍ତ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ କରିସାରିଛନ୍ତି ।

୬ – ଚଳିତ ଲୋକସଭାର ଅବଧି ଆସନ୍ତା ଜୁନ ୩ ତାରିଖରେ ସମାପ୍ତ ହେବାକୁ ଯାଉଛି । ସେହିପରି ସିକ୍କିମ୍ ବିଧାନସଭା ମେ ୨୭, ଆନ୍ଧ୍ର ପ୍ରଦେଶ ବିଧାନସଭା ଜୁନ ୧୮, ଅରୁଣାଚଳ ପ୍ରଦେଶ ବିଧାନସଭା ଜୁନ ୧ ତାରିଖରେ ସମାପ୍ତ ହେବାକୁ ଯାଉଛି ।

ତେବେ ମିଳିଥିବା ସୂଚନାନୁଯାୟୀ, ଇତିମଧ୍ୟରେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକା ସଂଶୋଧନ, ବିଭିନ୍ନ ରାଜ୍ୟକୁ ଇଭିଏମ ପଠାଇବା କାର୍ଯ୍ୟ ସବୁ ଜୋରସାରରେ ଆଗେଇ ଚାଲିଛି ।

ଏଥର ମଧ୍ୟ ପ୍ରଥମଥର ଲାଗି ଭିଭିସାଟ୍ ର ବ୍ୟବସ୍ଥା କରାଯାଇଛି । ସେଥିଲାଗି ନିର୍ବାଚନ କମିଶନ ତାଲିମ ଦେବା କାର୍ଯ୍ୟକ୍ରମ ଆରମ୍ଭ ମଧ୍ୟ କରିସାରିଲେଣି । ନିର୍ବାଚନରେ ଇଭିଏମରେ ଜାଲିଆତି ହେବା ଆଶଙ୍କା ଦୂର କରିବା ଲାଗି ଏହିପରି ବ୍ୟବସ୍ଥା ନିର୍ବାଚନ କମିଶନ ହାତକୁ ନେଇଛନ୍ତି ।

Leave A Reply

Your email address will not be published.