Latest Odisha News

BREAKING NEWS

ଘନ କୁହୁଡି ବଳୟରେ ଦିଲ୍ଲୀ: ବିମାନ ଓ ରେଳ ଚଳାଚଳ ପ୍ରଭାବିତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ପ୍ରବଳ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଘନ କୁହୁଡି କାରଣରୁ ଦୃଶ୍ୟମାନତା ହ୍ରାସ ପାଇଛି । ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ମଙ୍ଗଳବାର ରାତିରୁ ସକାଳ ମଧ୍ୟରେ ୫ଟି ବିମାନର ଗତିପଥ ବଦଳିଥିବା ବେଳେ ଆଉ ୫୦ଟି ବିମାନର ଯାତ୍ରା ବିଳମ୍ବ ରହିଛି । ଅନ୍ୟପଟେ ଦିଲ୍ଲୀକୁ ଆସୁଥିବା ୨୩ଟି ଟ୍ରେନ୍ ମଧ୍ୟ ବିଳମ୍ବ ଥିବା ସୂଚନା ମିଳିଛି।

ଆଇଏମଡିର ଆକଳନ ଅନୁଯାୟୀ, ମଙ୍ଗଳବାର ଦିନ ଦିଲ୍ଲୀରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୪ ଡିଗ୍ରୀ ସେଲସିୟସ ଏବଂ ୮.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେପଟେ ଆଜିଠାରୁ ଆଗାମୀ ଦୁଇ ଦିନ ଧରି ଜାତୀୟ ରାଜଧାନୀ ଦିଲ୍ଲୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଶୀତ ପରେ ପ୍ରବଳ ଶୀତ ବଢିବା ନେଇ ଆଶଙ୍କା କରାଯାଇଛି ।

 

 

Leave A Reply

Your email address will not be published.