Latest Odisha News

BREAKING NEWS

ଧଳାଚାଦରରେ ଘୋଡ଼େଇ ହୋଇଛି ରାଜ୍ୟ, ସବୁଠି ଘନ କୁହୁଡ଼ିର ଆସ୍ତରଣ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ । ଯେପରି ଧଳାଚାଦରରେ ଘୋଡ଼େଇ ହୋଇଛି ସହରଠୁ ପଲ୍ଲୀ । ସକାଳୁ ୮ଟା ଯାଏ ବି ରାସ୍ତା ପରିଷ୍କାର ଦେଖାଯାଉନଥିଲା । ଏୟାରପୋର୍ଟ ଅଞ୍ଚଳରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦ ମିଟର ରହିଥିବା ସୂଚନା ମିଳିଛି ।

ଟ୍ୱିନ ସିଟି ସହିତ ପୁରୀ, ଭଦ୍ରକ, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ ଆଦି ଜିଲ୍ଲାରେ କୁହୁଡ଼ି ଦେଖିବାକୁ ମିଳିଛି । ଦୃଶ୍ୟମାନ ଦୂରତା ୫ଶହ ମିଟରରୁ କମ୍ ଥିବାରୁ ଲୋକେ ଗାଡ଼ି ଚଳାଚଳ କରିବାକୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ଗାଡ଼ି ଲାଇଟ୍ ଲଗାଇ ଲୋକଙ୍କୁ ଯା ଆସ କରିବାକୁ ପଡିଥିଲା । ରାଜଧାନୀ ଭୁବନେଶ୍ୱରରେ ବି ଗାଡ଼ି ମଟରରେ ବେଗ କମ୍ କରି ଚଳାଇବାକୁ ପଡିଥିଲା । କୁହୁଡ଼ି ପାଇଁ ବିମାନ ଉଡ଼ାଣରେ ବାଧା ସୃଷ୍ଟି ବୋଇଛି । ୪ ବିମାନ ବିଳମ୍ୱରେ ଉଡ଼ାଣ କରିବା ନେଇ ସୂଚନା ରହିଛି । ବିମାନ ବନ୍ଦରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ବିମାନଯାତ୍ରୀ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ । ବିମାନ ଉଡ଼ାଣ ଓ ଅବତରଣରେ ବିଳମ୍ୱ ହେତୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।

 

Leave A Reply

Your email address will not be published.